ସଂସଦରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଓଜସ୍ୱିନୀ ଭାଷଣ। ସଂସ୍କୃତ ଶ୍ଲୋକ ଆବୃତ୍ତି କରି ଓଡିଆରେ ବାଖ୍ୟାକଲେ ବେଦ।

259

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଏଥର ସଂସଦରେ ଓଡିଆରେ ଭାଷଣ ଦେଇ ବିଜେପି ସାଂସଦ ଚର୍ଚ୍ଚାକୁ ଆସିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସାଂସଦ ଓଡିଆରେ ଭାଷଣ ଦେଇଛନ୍ତି । ସଂସଦରେ ସେ ଓଡିଆ ହିନ୍ଦୀ ଇଂରାଜୀ ଓ ସଂସ୍କୃତ ଶ୍ଲୋକ ଆବୃତି କରି ସମସ୍ତଙ୍କ ମନ ଜିଣି ନେଇଛନ୍ତି ପ୍ରତାପ ଷଡଙ୍ଗୀ । ମୋଦୀ ସରକାରଙ୍କ ଉପଲବ୍ଧି ବଖାଣିବା ସହ କଂଗ୍ରେସକୁ ସେ କଡା ସମାଲୋଚନା କରିଛନ୍ତି । ଏହାଛଡା ବେଦର ବ୍ୟାଖ୍ୟା କରିବା ସାଂସଦ କହିଛନ୍ତି ଭାରତ ପୁରାତନ କାଳରୁ ବିଶ୍ୱଗୁରୁ ।

ଶିକ୍ଷା ଲାଭ କରିବାକୁ ବିଦେଶରୁ ବହୁ ଛାତ୍ର ଭାରତକୁ ଆସି ଅତୀତରେ ପାଠପଢିଛନ୍ତି । ଜାତୀୟତାବୋଧକୁ ନେଇ ସମସ୍ତେ ଗର୍ବ କରିବା ଉଚିତ, ଆଉ ସେଥିପାଇଁ ସମସ୍ତେ ଇତିହାସ ଜାଣିବା ଉଚିତ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ଜାତୀୟତାବୋଧର କଥା କହି ଉକ୍ରଳ ଗୌରବ ମଧୁସୁଦନ ଦାସଙ୍କ କବିତା ସଂସଦରେ ଆବୃତି କରିଥିଲେ ।