ମଧ୍ୟପ୍ରଦେଶ ରାଜନୀତିରେ ଝଡ । ସଙ୍କଟରେ କମଲନାଥଙ୍କ ସରକାର, ଜାଣନ୍ତୁ କମଲନାଥଙ୍କ ପାଖରେ କ’ଣ ରହିଛି ବିକଳ୍ପ ।

538

କନକ ବ୍ୟୁରୋ : ମଧ୍ୟପ୍ରଦେଶ ରାଜନୀତିରେ ଝଡ । ଭାଙ୍ଗିପାରେ କମଲନାଥ ସରକାର । ମଧ୍ୟପ୍ରଦେଶ କଂଗ୍ରେସର ହେଭିୱେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ହାତ ଛାଡିବା ପରେ ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଜାତୀୟ ରାଜନୀତିରେ କଂଗ୍ରେସର ଏହି ବଡ ଚେହେରା ୧୮ ବର୍ଷର ସଂପର୍କ ଛିନ୍ନ କରି କଂଗ୍ରେସରୁ ଦୂରେଇ ଯିବା ଦଳ ପାଇଁ ବଡ ଝଟକା ହୋଇଛି । ଏପରିକି କମଲନାଥ ସରକାରଙ୍କ ଉପରେ ବଡ ସଙ୍କଟ ମାଡିଆସିଛି । ଆଉ ସରକାର ବଞ୍ଚାଇବା ପାଇଁ ଜୋରଦାର କସରତ କରୁଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ ।

ଏବେ ଆସନ୍ତୁ ଦେଖିବା ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପାଇଁ କଣ କଣ ବିକଳ୍ପ ରହିଛି ।

ପ୍ରଥମ ବିକଳ୍ପ ହେଉଛି, ବହୁମତ ପ୍ରମାଣ ପାଇଁ କମଳନାଥ ବିଧାନସଭାରେ ଆସ୍ଥାଭୋଟ୍ ଲୋଡିପାରନ୍ତି ।

ସେହିଭଳି ଦ୍ୱିତୀୟ ବିକଳ୍ପ ହେଲା, ଅଧିବେଶନ ପୂର୍ବରୁ ଇସ୍ତଫା ।ବହୁମତ ପ୍ରମାଣ କରିପାରିବେନି ବୋଲି ଜାଣିବା ପରେ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ।

ତୃତୀୟ ବିକଳ୍ପ ହେଲା, ମୁଖ୍ୟମନ୍ତ୍ରୀ ଭାବେ ସେ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିପାରନ୍ତି, କିନ୍ତୁ ରାଜ୍ୟପାଳ ଏହା ମାନିବାକୁ ବାଧ୍ୟ ନୁହନ୍ତି ।