ହେଲମେଟ୍ ନ ପିନ୍ଧି ତଣ୍ଡ ଗଣିଲେ ରାଜ୍ୟସଭା ସାଂସଦ : ଶୋଭାଯାତ୍ରାରେ ଯାଉଥିବାବେଳେ ୫ ଶହ ଟଙ୍କାର ଫାଇନ କାଟିଲା ପୁଲିସ , ୭ ଜଣ କର୍ମୀଙ୍କଠାରୁ ବି ଜରିମାନା ଆଦାୟ 

831

ରାୟଗଡ଼ାରେ ହେଲମେଟ ନପିନ୍ଧି ୫୦୦ ଟଙ୍କା ଜରିମାନା ଗଣିଲେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ । ତାଙ୍କ ସହ ବିଜୁ ଜନତା ଦଳର ଅନ୍ୟ ୭ଜଣ କର୍ମୀଙ୍କ ଠାରୁ ମଧ୍ୟ ଜରିମାନା ଆଦାୟ କରିଛି ପୋଲିସ । ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ନୂଆ ବସଷ୍ଟାଣ୍ଡରେ ଦଳୀୟ କର୍ମୀ ଓ ନେତା ମାନେ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଏକ ମଟର ସାଇକେଲ ରାଲିରେ ବଂଶୀକ୍ରିର୍ଷ୍ଣା ମଣ୍ଡପକୁ ଯାଇଥିଲେ । ସେହି ସମୟରେ ଏକ ଧଳା ରଙ୍ଗର ସ୍କୁଟିରେ ରାଜ୍ୟସଭା ସାସଂଦ ଏନ ଭାସ୍କର ରାଓ ବିନା ହେଲମେଟରେ ଗାଡ଼ି ଚଳାଉଥିଲେ । ପୋଲିସ ସାଂସଦଙ୍କ ନିକଟରେ ପହଂଚି ଜରିମାନା ଆଦାୟ କରିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ । ଦେଶର ଆଇନକୁ ସେ ସମ୍ମାନ ଜଣାଉଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ।