କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ୍ ! କହିଲେ , ଓଠରେ ଲିପଗାର୍ଡ ଲଗାଇ କ୍ୟାଟ୍ ୱାକ କଲା ଭଳି ମଡେଲିଂ ଅନ୍ଦାଜରେ ଚାଲୁଛନ୍ତି ମୋଦି ।

148

ଲୋକସଭା ନିର୍ବାଚନ ୨୦୧୯ କୁ ନେଇ ପ୍ରଚାର ପ୍ରସାର ଜୋରସୋରରେ ଚାଲିଛି । ଏହାସହ ନିର୍ବାଚନ ରାଲିରେ ନେତାଙ୍କ ପାଟି ମଧ୍ୟ ଖସୁଛି । ଏହି କ୍ରମରେ କମଲନାଥ ସରକାରରେ ମନ୍ତ୍ରୀ ଲଖନ୍ ଘନଘୋରିଆ ପ୍ରଧାନମନ୍ତ୍ରୀ ମୋଦିକୁ ନେଇ ଏକ ଅଜବ ବୟାନ୍ ଦେଇଛନ୍ତି । ମନ୍ତ୍ରୀ ଘନଘୋରିଆ ଏକ ଜନସଭାକୁ ସମ୍ବୋଧିତ କରି କହିଥିଲେ ପିଏମ୍ ମୋଦି ଓଠରେ ଲିପଗାର୍ଡ ଲଗାଇ କେଟୱାକ୍ କରନ୍ତି । ମଧ୍ୟପ୍ରଦେଶ ସତନାରେ ପ୍ରଦେଶ ସାମାଜିକ ନ୍ୟାୟ ଏବଂ ନିଃଶକ୍ତଜନ କଲ୍ୟାଣ , ଅନୁସୂଚିତ ଜାତି କଲ୍ୟାଣ ମନ୍ତ୍ରୀ ଲଖନ୍ ଘନଘୋରିଆ ଦେଶର ପ୍ରଧାନମନ୍ତ୍ରୀଙ୍କ ମାମଲାରେ ସଭାରେ ଏଭଳି ଏକ ଅଜବ କଥା କହିଥିଲେ । ପ୍ରଧାନମନ୍ତ୍ରୀ ଓଠରେ ଲିପଗାର୍ଡ ଲଗାଇବା ଏବଂ କେଟୱାକ୍ କରୁଥିବା କଥା ଏବଂ ଚାଲି ବଦଳିଯିବା କଥା କହି ସେ ବିବାଦକୁ ଡାକି ଆଣିଛନ୍ତି ।

କଂଗ୍ରେସ ନେତା ଲଖନ୍ ଘନଘୋରିଆ କହିଥିଲେ ଯେଉଁ ଦେଶର ୭୦ % ଲୋକ ଗରିବ ରେଖା ତଳେ ବଚିଂଛନ୍ତି । ସେହି ଦେଶର ପ୍ରଧାନମନ୍ତ୍ରୀ ଦିନରେ ୧୦ ଥର ଶୃଙ୍ଗାର କରି ବାହାରକୁ ବାହାରୁଛନ୍ତି । ଏମିତି ଲାଗୁଛି ସତେ ଯେ ପରି କୌଣସି ଫ୍ୟାସନ୍ ଶୋ’କୁ ଯାଉଛନ୍ତି । ଚାଲିରୁ ଏମିତି ଲାଗୁଛି ଯେମିତି ମଡେଲିଙ୍ଗ୍ କରୁଛନ୍ତି । ବଡ ଅଜବ ଲାଗେ…ଓଠରେ ଲିପଗାର୍ଡ ମଧ୍ୟ ଲଗାନ୍ତି । ବଡ଼ ବିଚିତ୍ର କଥା । କିଛି ଦିନରୁ ଆମେ ଦେଖିଛୁ କେଜାଣି ପ୍ରଧାନମନ୍ତ୍ରୀ କ’ଣ ହେଉଛି ସେ ଭାଷଣ ଦେଉ ଦେଉ ମଝିରେ ତାଳି ମାରିବାକୁ ଲାଗୁଛନ୍ତି । ସେ ଜିଏସଟିକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ କୁଆଡେ ଗଲା ଜିଏସଟି? କାହିଁକି ଜିଏସଟି ଉପରେ ସେ ଭୋଟ୍ ମାଗୁ ନାହାନ୍ତି । କେବଳ ଧର୍ମାନ୍ଧତାର ନାଁରେ ଭୋଟ୍ ମାଗି ଚାରିଆଡେ ହିଂସା ପ୍ରସାରିତ କରୁଛନ୍ତି ।