କନକ ବ୍ୟୁରୋ: ପ୍ରେମ ଚିରନ୍ତନ, ଶାଶ୍ୱତ । ଖୁବ କମ୍ ବ୍ୟକ୍ତି  ଏହାର ମର୍ମକୁ ବୁଝିଥାନ୍ତି । ଆଉ ମୃତ୍ୟୁ ପର୍ଯ୍ୟନ୍ତ ଏହି ବନ୍ଧନକୁ ବିଶ୍ୱାସର ରଜ୍ଜୁରେ ବାନ୍ଧି ରଖିବାକୁ ଚେଷ୍ଟା କରନ୍ତି । ନିଜ ଜୀବନ ସାଥୀ ପାଇଁ କିଛି ନିଆରା କରି ଉଦାହରଣ ସୃଷ୍ଟି କରନ୍ତି । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ମଧ୍ୟପ୍ରଦେଶର ଆନନ୍ଦ ଚୋକସେ ।

Advertisment

ସମସ୍ତେ ଜାଣନ୍ତି ଆଗ୍ରା ସ୍ଥିତ ତାଜମହଲ ପ୍ରେମର ଏକ ଅଦ୍ୱିତୀୟ ସନ୍ତକ, ଯାହା ଶାହାଜାହାନ ପତ୍ନୀ ମୁମତାଜଙ୍କ ପାଇଁ ନିର୍ମାଣ କରିଥିଲେ । ପତ୍ନୀଙ୍କ ପାଇଁ ଏମିତି କିଛି ଅଲଗା କରିବାକୁ ଇଚ୍ଛା କଲେ ଆନନ୍ଦ ଚୋକସେ  । ଯିଏ ନିଜ ପତ୍ନୀଙ୍କ ପ୍ରତି ଭଲପାଇବା, ଶ୍ରଦ୍ଧା ଓ ବିଶ୍ୱାସକୁ ଜାହିର କରିବାକୁ ପତ୍ନୀଙ୍କୁ ଅବିକଳ ତାଜମହଲ  ପରି ଏକ ବିଳାସମୟ ଘର ଉପହାର ଦେଇଛନ୍ତି ।publive-image

ବୁର୍‌ହାନ୍‌ପୁରର ବାସିନ୍ଦା ଆନନ୍ଦ ଚୋକ୍‌ସେଙ୍କୁ ଗୋଟିଏ କଥା ଖୁବ୍‌ ବିସ୍ମିତ କରେ। ତାହା ହେଲା, ମୋଗଲ ସମ୍ରାଟ ଶାହ ଜାହାନ୍‌ଙ୍କ ପତ୍ନୀ ମମ୍‌ତାଜ୍‌ଙ୍କୀ ବୁର୍‌ହାନ୍‌ପୁର ନଗରୀରେ ମୃତ୍ୟୁ ହୋଇଥିଲେ ବି ଏଠାରେ କାହିଁକି ତାଜ୍‌ମହଲ ନିର୍ମାଣ କରାଗଲା ନାହିଁ? ଶୁଣାଯାଏ, ତାପ୍ତି ନଦୀ କୂଳରେ ତାଜ୍‌ମହଲ ନିର୍ମାଣ କରାଯିବାର ଥିଲା କିନ୍ତୁ, ପରେ ତାହା ଆଗ୍ରାରେ ନିର୍ମାଣ କରାଗଲା।

ଅବିକଳ ତାଜ୍‌ମହଲ ପରି ଦିଶୁଥିବା ଆନନ୍ଦଙ୍କ ଏହି ୪ଟି ଶୟନକକ୍ଷ ଥିବା ଘର ନିର୍ମାଣ ପାଇଁ ୩ ବର୍ଷ ଲାଗିଛି। ଏହି ଘର ନିର୍ମାଣ କରିଥିବା ଇଞ୍ଜିନିୟର୍‌ କହନ୍ତି ଯେ, ଏଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିପାଇଁ ପ୍ରଥମେ ସେ ଅସଲ ତାଜ୍‌ମହଲକୁ ତନ୍ନତନ୍ନ କରି ଅଧ୍ୟୟନ କରିଥିଲେ। ଘରର ଭିତର ଭାଗ ନିର୍ମାଣ ପାଇଁ ସେ ପଶ୍ଚିମବଙ୍ଗ ଏବଂ ଇନ୍ଦୋରର ଚିତ୍ରକରମାନଙ୍କ ସହଯୋଗ ଲୋଡ଼ିଥିଲେ।

publive-image

ଉକ୍ତ ଘରର ଗମ୍ବୁଜର ଉଚ୍ଚତା ୨୯ ଫୁଟ୍‌। ଘରର ଚାରିପଟେ ତାଜମହଲରେ ଥିବା ବୁରୁଜ ବା ମୀନାର (ଟାୱାର୍‌) ବୁରୁଜ ଅଛି। ଘରର ଚଟାଣ ତିଆରି ହୋଇଛି ରାଜସ୍ଥାନର ମକରାନାରେ ମିଳୁଥିବା ଶଙ୍ଖମର୍ମ୍ମର (ମାର୍ବଲ୍‌) ପଥରରେ। ଘରେ ଥିବା ଆସବାବ୍‌ପତ୍ର ପ୍ରସ୍ତୁତ କରିଛନ୍ତି ମୁମ୍ବାଇର କାରିଗରମାନେ।

ଘର ଭିତରେ ଅଛି ଗୋଟାଏ ବଡ଼ ହଲ୍‌, ତଳେ ୨ଟି ଓ ଉପରେ ୨ଟି ଶୟନକକ୍ଷ, ଗୋଟିଏ ପାଠାଗାର ଏବଂ ଗୋଟାଏ ଧ୍ୟାନ କକ୍ଷ। କେବଳ ଏତିକି ନୁହେଁ, ଘର ଭିତର ଏବଂ ବାହାରର ଆଲୋକ ବ୍ୟବସ୍ଥା ଏମିତି କରାଯାଇଛି ଯେ, ତାହା ଅନ୍ଧାରରେ ପ୍ରକୃତ ତାଜ୍‌ମହଲ ପରି ଝଟକୁଛି।publive-image

ପତ୍ନୀଙ୍କୁ ଏପରି ଏକ ନିଆରା ଓ ବିଳାସମୟ ଘର ଉପହାରରେ ଦେଇ ଚୋକସେ ଏବେ ସାରା ଦେଶରେ ଚର୍ଚ୍ଚାକୁ ଆସିଥିବାବେଳେ , ଏହି ଘରର ଫଟୋ ଭାଇରାଲ ହେବାରେ ଲାଗିଛି ।