ଶିମିଳିପାଳ ନିଆଁ ଲିଭାରେ ସାମିଲ ହେଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ । ବିଶୋଇ ରେଞ୍ଜ ରାଜାବସା ଜଙ୍ଗଲରେ ଲିଭାଇଲେ ନିଆଁ ।

Advertisment
ଶିମିଳିପାଳ ନିଆଁ ଲିଭାରେ ସାମିଲ ହେଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ । ବିଶୋଇ ରେଞ୍ଜ ରାଜାବସା ଜଙ୍ଗଲରେ ଲିଭାଇଲେ ନିଆଁ ।

କନକ ବ୍ୟୁରୋ: ଶିମିଳିପାଳ ନିଆଁ ଲିଭାଇଲେ ସାଂସଦ ମମତା ମହାନ୍ତ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବାବେଳେ ଏହା ଅନ୍ତର୍ଗତ ବିଶୋଇ ରେଞ୍ଜ ରାଜାବସା ଜଙ୍ଗଲରେ ନିଆଁ ଲିଭାଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ । ତାଙ୍କ ସହ ସାରସକଣା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, ବିଶୋଇ ବ୍ଲକ ଅଧ୍ୟକ୍ଷା ତୁଳସୀ ଶିକ୍ରି ହାଁସଦା, ବିଶୋଇ ବ୍ଲକ୍ ମହିଳା ବିଜେଡି ସଭାପତିି ଆରତୀ ମହାନ୍ତ, ବିଶୋଇ ବ୍ଲକ୍ ବିଏଲଏଫ୍ ଚନ୍ଦିକା ମହାନ୍ତି, ବିଜେଡି ଯୁବନେତା କ୍ଷୀରୋଦ କୁମାର ନନ୍ଦ, ଉକ୍ରଳ ରଞ୍ଜନ ମହାନ୍ତି, ବିଶୋଇ ଯୁବ ବିଜେଡି ସଭାପତି ନିଲେଶ ରାମ ପ୍ରମୁଖ ନିଆଁ ଲିଭା କାମ କରିଥିଲେ ।

ଗତ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଶିମିଳିପାଳରେ ଜଙ୍ଗଲ ଜଳୁଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତି ବି ଜୋର ଧରିଥିଲା । ଏହାକୁ ଲିଭାଇବାକୁ ଅନେକ ଆଡୁ ଦାବି ହେଉଥିଲା । ଏହାପରେ ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ ତତ୍ପରତା ପ୍ରକାଶ କରିବା ସହିତ ନିଆଁ ଲିଭା କାମକୁ ତ୍ୱରାନ୍ୱିତ କରିଥିଲେ । ଏଥିସହିତ ଆଜି ଶିମିଳିପାଳର କିଛି ରେଞ୍ଜରେ ବର୍ଷା ହେବା, ସମସ୍ତଙ୍କୁ ଆଶ୍ୱସ୍ତି କରିଛି । କୁଆପଥର ବର୍ଷା ହେବା ଦ୍ୱାରା ଶିମିଳିପାଳ ଭିତରେ ନିଆଁ ଲିଭିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe