ଦିଲ୍ଲୀ ଯିବା ପୂର୍ବରୁ ସାଂସଦ ଜୁଏଲ ଓରାମଙ୍କ ବଡ଼ ବୟାନ । କହିଲେ, ମେଣ୍ଟକୁ ନେଇ ନାହିଁ କୌଣସି ଦ୍ୱନ୍ଦ୍ୱ । ଏଥର ପ୍ରାର୍ଥୀ ତାଲିକାରେ ନିଶ୍ଚିତ ରହିବ ଓଡ଼ିଶା ।

420

କନକ ବ୍ୟୁରୋ: ଦିଲ୍ଲୀ ଯିବା ପୂର୍ବରୁ ସାଂସଦ ଜୁଏଲ ଓରାମଙ୍କ ବଡ଼ ବୟାନ । କହିଲେ, ମେଂଟ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ରକୁ ପଠାଯାଇଛି । କେନ୍ଦ୍ର ଯାହା ନିଷ୍ପତି ନେବ ସେହି ଅନୁଯାୟୀ ହେବ । ଏଥର ପ୍ରାର୍ଥୀ ତାଲିକାରେ ନିଶ୍ଚିତ ଓଡ଼ିଶା ରହିବ ବୋଲି କହିଛନ୍ତି ଜୁଏଲ ଓରାମ । ଏହା ସହ ଜୁଏଲ ଓରାମ କହିଛନ୍ତି, ଆଜି ଦିଲ୍ଲୀରେ ରହିଛି ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ । ଏଥିରେ ରାଜ୍ୟ ନେତୃତ୍ୱ ଭାଗ ନେଇ ପାରନ୍ତି । ଦିଲ୍ଲୀରୁ ଡାକରା ପରେ ରାଜ୍ୟ ନେତୃତ୍ୱ ଦିଲ୍ଲୀରେ ଗସ୍ତରେ ଅଛନ୍ତି ବୋଲି କହିଛନ୍ତି ଜୁଏଲ ଓରାମ ।