ପୁରୀ ସ୍ୱର୍ଗଦ୍ୱାରରେ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କର ହେଲା ଶେଷକୃତ୍ୟ: ମୁଖାଗ୍ନି ଦେଲେ ପୁଅ ପୃଥୀ ବଲ୍ଲଭ ପଟ୍ଟନାୟକ

278

କନକ ବ୍ୟୁରୋ: ପୁରୀ ସ୍ୱର୍ଗଦ୍ୱାରରେ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କର ହେଲା ଶେଷକୃତ୍ୟ । ମୁଖାଗ୍ନି ଦେଲେ ପୁଅ ପୃଥି ବଲ୍ଲଭ ପଟ୍ଟନାୟକ । ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ଦର୍ଶନ କରିଥିଲେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଜୟ ମହାପାତ୍ର, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା. ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଜେଡି ଉପସଭାପତି ଦେବୀ ମିଶ୍ର । ଏହା ପରେ କଂଗ୍ରେସ ପାର୍ଟି ଅଫିସକୁ ଜୟନ୍ତୀ ପଟ୍ଟନାୟକଙ୍କ ପ୍ରାର୍ଥିବ ଶରୀର ଅଣାଯାଇଥିଲା । ସେଠାରେ ଶେଷ ଦର୍ଶନ କରିଥିଲେ କଂଗ୍ରେସ ନେତା । ଏହା ପରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ଜୟନ୍ତୀ ପଟ୍ଟନାୟକଙ୍କ ପ୍ରାର୍ଥିବ ଶରୀରକୁ ନିଆଯାଇଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି ।