ବିଦ୍ୟାଳୟ ଭିତରରେ ଚାଲିଥିଲା କ୍ଲାସ୍ ! ହଠାତ୍ ଘଟିଗଲା ଅଘଟଣ,ଚାଲିଗଲା ଜଣଙ୍କ ଜୀବନ ।

ବିଦ୍ୟାଳୟ ଭିତରରେ ଚାଲିଥିଲା କ୍ଲାସ୍ ! ହଠାତ୍ ଘଟିଗଲା ଅଘଟଣ,ଚାଲିଗଲା ଜଣଙ୍କ ଜୀବନ ।

Hindustan

ମଧ୍ୟପ୍ରଦେଶର ଦେବାସ୍ ଜିଲ୍ଲାରେ ଏକ ଅନିୟନ୍ତ୍ରିତ ଟ୍ରାକ୍ଟର ସରକାରୀ ସ୍କୁଲ କ୍ଲାସର କାନ୍ଥ ଭାଙ୍ଗି କୋଠରୀ ଭିତରକୁ ପଶି ଆସିଥିଲା । ତେବେ ଏହି ଘଟଣାରେ ତୃତୀୟ ଶ୍ରେଣୀର ୪ ଜଣ ଛାତ୍ର ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତ ଛାତ୍ର ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଡ୍ରାଇଭରର ମୃତ୍ୟୁ ଘଟିଛି । ତେବେ କୁହାଯାଉଛି ଯେ ଟଣ୍ଣିଙ୍ଗ୍ ପଏଣ୍ଟ୍ ଆସିବାର ପରେ ଡ୍ରାଇଭରଙ୍କ ନିଜ ଉପରେ ନିୟନ୍ତ୍ରଣ ନଥିଲା ଯେଉଁଥିପାଇଁ ଏଭଳି ଏକ ଅଘଟଣ ଘଟିଲା । ଯେଉଁଥିରେ ଛୋଟ ପିଲାଙ୍କ ମୁଣ୍ଡ ଏବଂ ଶରୀରରେ ଇଟା ଏବଂ ସିମେଣ୍ଟ୍ ବାଜିଥିଲା ।

ଘଟଣା ଘଟିବା ପରେ ତତକ୍ଷଣାତ୍ ଗ୍ରାମବାସୀ ପିଲାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ । ତେବେ ଘଟଣା ଘଟିବା ପରେ ଗ୍ରାମବାସୀ ଟ୍ରାକ୍ଟରକୁ ଚାଳିଦେବା ଖବର ମଧ୍ୟ ସାମ୍ନାକୁ ଆସୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe