ମଧ୍ୟପ୍ରଦେଶ ସରକାରରେ ସଙ୍କଟ । ବେଙ୍ଗାଲୁରୁରେ ୨୦ ବିଧାୟକଙ୍କ ସହ ଜ୍ୟୋତିରାଦିତ୍ୟ ସିନ୍ଧିଆ : ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ, ନୂଆ କ୍ୟାବିନେଟ୍ ଗଢିବାକୁ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ କ୍ଷମତା

316

କନକ ବ୍ୟୁରୋ : ହୋଲି ପୂର୍ବରୁ ମଧ୍ୟପ୍ରଦେଶ ରାଜନୀତିରେ ରଙ୍ଗ ବଦଳିବା ଆରମ୍ଭ କରିଛି । ରାଜ୍ୟରେ ଶିବରାଜ ସିଂହ ଚୌହାନଙ୍କୁ ଚକମା ଦେଇ କଂଗ୍ରେସକୁ କ୍ଷମତାସୀନ କରାଇଥିବା ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ଗେରୁଆ ରଙ୍ଗରେ ରଙ୍ଗେଇ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ, ସିନ୍ଧିଆଙ୍କ ସମର୍ଥନରେ ୨୦ ଜଣ ବିଧାୟକ ବେଙ୍ଗାଳୁରୁରେ ଥିବା କୁହାଯାଇଛି । କଂଗ୍ରେସରେ ଦଳୀୟ କନ୍ଦଳ ଏପରି ରହିଛି ଯେ, ଭବିଷ୍ୟତରେ ଅଧିକ ବିଧାୟକ ସିନ୍ଧିଆଙ୍କୁ ସମର୍ଥନ ଦେବେ ବୋଲି କୁହାଯାଇଛି ।

ସେପଟେ ବିଜେପି କହିଛି, କମଲ ନାଥଙ୍କ ସରକାର ଭାଙ୍ଗିବା ନିଶ୍ଚିତ ଏବଂ ଏହି ସରକାର ଭାଂଗିଲେ ବିଜେପି ସରକାର ଗଢିବାକୁ ଦାବି କରିବ । ସେପଟେ କମଲ ନାଥ କ୍ୟାବିନେଟର ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ଏବଂ ନୂଆ କ୍ୟାବିନେଟ୍ ଗଢିବାକୁ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ କ୍ଷମତା ମିଳିସାରିଛି । ଏହାରି ଭିତରେ ସରକାର ବଂଚାଇବା କଂଗ୍ରେସ ପାଇଁ ବଡ ଚ୍ୟାଲେଂଜ୍ । କୁହାଯାଉଛି ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିପାରନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ରହିବେ ।

Comments are closed.