ଯେଉଁଦିନ ଛାଡପତ୍ର ଦେଲେ ସେହି ଦିନ ତୃତୀୟ ବିବାହ କଲେ । ୧୮ ବର୍ଷ କନିଆଁକୁ ବାହାହେଲେ ୪୯ ବର୍ଷୀୟ ସାଂସଦ ।

ଯେଉଁଦିନ ଛାଡପତ୍ର ଦେଲେ ସେହି ଦିନ ତୃତୀୟ ବିବାହ କଲେ । ୧୮ ବର୍ଷ କନିଆଁକୁ ବାହାହେଲେ ୪୯ ବର୍ଷୀୟ ସାଂସଦ ।

କନକ ବ୍ୟୁରୋ: ପାକିସ୍ତାନର ସତ୍ତାରୁଢ ପାର୍ଟି ପିଟିଆଇର ସାଂସଦ ତଥା ଲୋକପ୍ରିୟ ଟେଲିଭିଜନ ହୋଷ୍ଟ ଡ. ଆମିର ଲିୟାକତ ହୁସୈନ୍ ତୃତୀୟ ବିବାହ କରିଛନ୍ତି । ୪୯ ବର୍ଷୀୟ ସାଂସଦ ୧୮ ବର୍ଷିୟା ସଈଦା ଦାନିଆଙ୍କୁ ବିବାହ କରିଛନ୍ତି । ଏବେ ଏହି ବିବାଦକୁ ନେଇ ପାକିସ୍ତାନରେ ଖୁବ ଚର୍ଚ୍ଚା ହେଉଛି । ଯେଉଁଦିନ ଲିୟାକତ ହୁସୈନଙ୍କ ଦ୍ୱିତୀୟ ପତ୍ନୀ ତାଙ୍କୁ ଛାଡପତ୍ର ଦେଲେ ସେହି ଦିନ ହିଁ ଦୁହିଁଙ୍କ ବିବାହ ହୋଇଥିବା କଥା ସେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ଇନଷ୍ଟାରେ ନିଜ ତୃତୀୟ ପତ୍ନୀଙ୍କ ସହ ଫଟୋ ସେୟାର କରିବା ସହ ସଈଦାଙ୍କ ସହ ବିବାହ କରିଥିବାନେଇ ଉଲ୍ଲେଖ କରିଛନ୍ତି । ସଈଦା ଦକ୍ଷିଣ ପଂଜାବ ଲୋଧରଣର ଏକ ସମ୍ମାନଜନକ ପରିବାରର । ଏହାସହ ନିଜ ତୃତୀୟ ପତ୍ନୀଙ୍କ ବିଷୟରେ ଅନେକ କିଛି ପ୍ରଶଂସା କରିଛନ୍ତି ଲିୟାକତ । ତେବେ ତାଙ୍କର ଏହି ବିବାହ ସବୁ ଦିନ ପାଇଁ ତିଷ୍ଠି ରହୁବୋଲି ପ୍ରାର୍ଥନା କରିବାକୁ ସେ ଇନଷ୍ଟା ମାଧ୍ୟମରେ ଅନୁରୋଧ କରିଛନ୍ତି । ପୂର୍ବ ଜୀବନ ଚିନ୍ତାଜନକ ଥିଲା । କିନ୍ତୁ ଏବେ ସେଥିରୁ ମୁକ୍ତି ଚାହୁଁଛି ଏବଂ ଏକ ସୁନ୍ଦର ଜୀବ ଆଡକୁ ପାଦ ବଢାଇଛି ବୋଲି ଲେଖିଛନ୍ତି ଲିୟାକତ । ତାଙ୍କର ଦ୍ୱିତୀୟ ପତ୍ନୀ ତୁବା ଅମୀର ମଧ୍ୟ ଲିୟାକତଙ୍କ ଠାରୁ ଛାଡପତ୍ର ନେଇ ବେଶ୍ ଶାନ୍ତିରେ ଅଛନ୍ତି ବୋଲି ପୋଷ୍ଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe