ବରକୁ ହନ୍ତସନ୍ତ କଲେଣି ସରକାର : ୩ ମାସ ପୂର୍ବରୁ କରାଇଥିଲେ ସାମୂହିକ ବିବାହ ଏ ପର୍ଯ୍ୟନ୍ତ ମିଳିଲାନି ଯୋଜନା ଟଙ୍କା , ଟଙ୍କା ନ ମିଳିଲେ ଝିଅ ବିଦା ହେବ ନାହିଁ ବୋଲି କହିଲେ କନ୍ୟା ପରିବାର ।

426

କ୍ଷମତାରେ ଆସିବା ପୂର୍ବରୁ ମଧ୍ୟପ୍ରଦେଶ କଂଗ୍ରେସ ସରକାର ବହୁ କିଛି ପ୍ରତିଶୃତି ଦେଇଥିଲେ । କିନ୍ତୁ ଏବେ ବହୁ ଯୋଜନାରେ ଟଙ୍କାର ଅଭାବ ଯୋଗୁଁ ବିବାଦରେ ରହିଛି ସରକାର। ଏପରିକି ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନୁସାରେ ବିବାହ କରିଥିବା ଦମ୍ପତ୍ତିଙ୍କୁ ଦୀର୍ଘ ମାସ ହେବ ଟଙ୍କା ମିଳିନାହିଁ । ଶିବରାଜ ସରକାର ସାମୁହିକ ବିବାହ ପାଇଁ ୨୮,୦୦୦ ଟଙ୍କା ଦେଉଥିଲେ, କଂଗ୍ରେସ ସରକାର ଏହାକୁ ବଢାଇ ୫୧ ହଜାର ଟଙ୍କା କରିଦେଇଥିଲା । କିନ୍ତୁ , ଏକ ଦମ୍ପତ୍ତି ବିବାହ କରିବାର ଦୀର୍ଘ ମାସ ହୋଇଯାଇଥିଲେ ମଧ୍ୟ ଟଙ୍କା ପାଇ ନାହାନ୍ତି । ମହମ୍ମଦ ସଦ୍ଦାମ ନାମକ ଜଣେ ଯୁବକଙ୍କ ୩ ମାସ ପୂର୍ବରୁ ସେଣ୍ଟ୍ରାଲ ଲାଇବ୍ରେରୀରେ ସାମୁହିକ ବିବାହ କାର୍ୟ୍ୟକ୍ରମ ହୋଇଥିଲା । ଏବେ ସେ କହୁଛନ୍ତି ତାଙ୍କ ପତ୍ନୀଙ୍କ ଘର ଲୋକ ଓ ବାପା-ମା କହୁଛନ୍ତି ଯୋଜନାରୁ ମିଳୁଥିବା ଟଙ୍କା ମିଳିନି । ଯେବେ ଟଙ୍କା ମିଳିବ ସେତେବେଳେ ଝିଅ ତୁମ ଘରକୁ ଯିବ । ନଚେତ୍ ଆମେ ଝିଅକୁ ପଠାଇବୁ ନାହିଁ । ଏଭଳି ରୋକ୍ ଠୋକ୍ ମନା କରିଦେଇଛନ୍ତି ଝିଅ ଘର ପରିବାର ।

ତେବେ ସାମାଜିକ ନ୍ୟାୟ ବିଭାଗକୁ ୨୯,୨୦୦ ଦମ୍ପତ୍ତିଙ୍କୁ ବାଣ୍ଟିବା ପାଇଁ ମାତ୍ର ୬୫ କୋଟି ଟଙ୍କା ମିଳିଥିଲା । ଏବେ ମୁଖ୍ୟମନ୍ତ୍ରୀ ବିବାହ ଯୋଜନା ଅନ୍ତର୍ଗତ ୨୬,୫୦୦ ବଧୂ ଓ ମୁଖ୍ୟମନ୍ତ୍ରୀ ବିବାହ ଯୋଜନା ଅନୁସାରେ ୧୯୦୦ ଝିଅଙ୍କୁ ଟଙ୍କା ଦିଆଯିବ । ନବ ବିବାହିତଙ୍କୁ ୧୫୩ କୋଟି ଟଙ୍କା ଦିଆଯିବାର ଥିଲା । କିନ୍ତୁ ଏବେ ମଧ୍ୟପ୍ରଦଶ କଂଗ୍ରେସ ସରକାରଙ୍କ ସ୍ଥିତି ବହୁତ ଖରାପ । ଏଭଳି ସ୍ଥିତିରେ ଟଙ୍କା ଦେବାରେ ବିଳମ୍ବ ହେଉଛି ବୋଲି ଜଣାପଡିଛି ।