ବାଣ ଗୋଦାମରେ ଭୟାନକ ଅଗ୍ନିକାଣ୍ଡ, ଘର ଭିତରେ ଫଶି ରହିଛନ୍ତି ଅନେକ ଲୋକ

ବାଣ ଗୋଦାମରେ ଭୟାନକ ଅଗ୍ନିକାଣ୍ଡ, ଘର ଭିତରେ ଫଶି ରହିଛନ୍ତି ଅନେକ ଲୋକ

କନକ ବ୍ୟୁରୋ : ଆଗକୁ ଦିପାବଳୀ ରହିଥିବାରୁ ଏବେ ବାଣ ଗୋଦାମଗୁଡିକରେ ବ୍ୟବସାୟୀମାନେ ବାଣ ମହଜୁତ କରୁଛନ୍ତି । ହେଲେ ମଧ୍ୟ ପ୍ରଦେଶର ଏକ ବାଣ ଗୋଦାମରେ ଭୟାନକ ଭାବେ ନିଆଁ ଲାଗିଥିବାର ଖବର ଆସିଛି । ମଧ୍ୟ ପ୍ରଦେଶର ମୁରୈନା ଠାରେ ଥିବା ଏକ ବାଣ ଗୋଦାମରେ ନିଆଁ ଲାଗିଯିବାର ଭୟାନକ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ରୁ୍ୟ ହୋଇଥିବା କଥା କୁହାଯାଉଛି । ଏହାସହ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ସେହି ବାଣ ଗୋଦାମରୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ଲୋକ ଫଶି ରହିଥିବା ଅନୂୁମାନ କରାଯାଉଛି   ।

ମୁରୈନାର ବାନାମୈର ନଗର ଜେତପୁର ରୋଡରେ ଏହି ଘଟଣା ଘଟିଛି । ଏଠାରେ ଅଚାନକ ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏବେ ଭୟଙ୍କର ଥିଲା କି ଦେଖୁ ଦେଖୁ ଗୋଦାମଘରଟି ମାଟିରେ ମିଶିଯାଇଥିଲା । ଏହି ବାଣ ଗୋଦାମ ନିକଟରେ କିଛି ଲୋକ ପରିବାର ସହ ଭଡାରେ ମଧ୍ୟ ରହୁଥିଲେ ।

ବିସ୍ଫୋରଣର ସୂଚନା ମିଳିବା ପରେ ତୁରନ୍ତ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଂଚିଥିଲେ । ପ୍ରଶାସନ ତରଫରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଘର ଭିତରେ ଫଶିଥିବା କିଛି ଲୋକଙ୍କ ଉଦ୍ଧାର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe