ଡାକ୍ତରୀ ପଢା ପରେ ରାଜନୀତି ପାଇଁ ଉତ୍ସାହ । ମଧ୍ୟପ୍ରଦେଶରେ ଆକର୍ଷଣୀୟ ପ୍ରତିଯୋଗିତା, ନିର୍ବାଚନୀ ମଇଦାନରେ ଅଜା-ନାତୁଣୀ ଲଢେଇ
କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କରିଲାଭଳି ଦୃଶ୍ୟ । ରାଜନୀତିକୁ ନେଇ ୮୦ ବର୍ଷୀୟ ଅଜା ଓ ୨୭ ବର୍ଷୀୟ ନାତୁଣୀ ଭିତରେ ଲଢେଇ । ୨୩୦ ବିଧାନସଭା ଆସନ ପାଇଁ ନଭେମ୍ବର ୧୭ ରେ ଭୋଟ୍ ଦିଆଯିବା ଆରମ୍ଭ ହେବ ଏହା ଭିତରେ ସେଙ୍ଗରୁଲି ଜିଲ୍ଲାର ଦେବସର ବିଧାନସଭା ଆସନ ପାଇଁ ଗୋଟିଏ ପରିବାରରୁ ଅଜା ଓ ନାତୁଣୀଙ୍କ ମଧ୍ୟରେ ଆକର୍ଷଣୀୟ ପ୍ରତିଯୋଗିତା ଦେଖିବାକୁ ମିଳିବ । କଂଗ୍ରେସ ଯେଉଁଠି ୮୦ ବୟସ୍କ ବଂଶମଣୀ ପ୍ରସାଦ ଭର୍ମାଙ୍କୁ ପ୍ରାର୍ଥୀ କରିଥିବାବେଳେ ସମାଜବାଦି ପାର୍ଟି ତରଫରୁ ନାତୁଣୀ ଡଃ ସୁଷମା ପ୍ରଜାପତିଙ୍କୁ ପ୍ରାର୍ଥୀ କରିଛି । ଡଃ ସୁଷମା ସବୁଠାରୁ କମ ବୟଷର ମହିଳା ପ୍ରତିଦ୍ୱନ୍ଦିତା ।

Kanak News is now on WhatsApp
Join and get latest news updates delivered to you via WhatsApp
ଡଃ ସୁଷମା ପ୍ରଥମେ ଜଣେ ଡାକ୍ତର ଥିଲେ ହେଲେ ତାଙ୍କର ଇଛା କିଛି ଅଲଗା ଥିଲା । ସେ ରାଜନୀତି କୁ ବହୁତ ପସନ୍ଦ କରୁଥିଲେ ଏବଂ ରାଜନିତିରେ ଦୁନିଆରେ ପାଦ ଦେବା ପାଇଁ ଚାହୁଁ ଥିଲେ । ଡଃ ସୁଷମା ଙ୍କ ବାପା ଏଚ୍ ଏଚ୍ ପ୍ରଜାପତି ବୃତ୍ତିରେ ଜଣେ ଡାକ୍ତର ଓ ରାଜନୀତିରେ ମଧ୍ୟ ଅଛନ୍ତି । ସେଥିପାଇଁ ତାଙ୍କ ବାପା ଡଃ ସୁଷମାଙ୍କୁ ମଧ୍ୟ ରାଜନୀତିରେ ଆସିବାକୁ ପ୍ରେରଣା ଦେଇଥିଲେ । ସେ ଡାକ୍ତରୀ ସହ ରାଜନୀତି ମଧ୍ୟ କରିବାକୁ ଚାହୁଁଛନ୍ତି ଏଥିପାଇଁଁ ତାଙ୍କ ପରିବାର ତାଙ୍କର ସାଥିରେ ଅଛନ୍ତି । ସେ ବେରୋଜଗାରି, ପ୍ରଦୂଷଣ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଲୋକମାନଙ୍କ ପାଖକୁ ଯାଇ ତାଙ୍କର ଅସୁବିଧା ପଚାରି ବୁଝି ଦୁର କରିବାକୁ ଚେଷ୍ଟା କରୁଛନ୍ତି ।
ଡଃ ସୁଷମାଙ୍କର ରାଜନୀତି ଲଢେଇ ଏବେ ତାଙ୍କ ନିଜ ଅଜା ବଂଶମଣୀ ପ୍ରସାଦ ବର୍ମାଙ୍କ ସହ ହେବାକୁ ଯାଉଛି । ବଂଶମଣୀ ପ୍ରସାଦ ବର୍ମାଙ୍କ ଏହା ଅଷ୍ଟମ ଥର ରାଜନୀତି ଲଢେଇ ୮୦ ବର୍ଷ ବୟସରେ ତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେ ତାଙ୍କର ରାଜନୀତି ଜୀବନୀ ୧୯୭୭ ରେ ଆରମ୍ଭ କରିଥିଲେ । ସେ ପ୍ରଥମଥର ୧୯୭୭ ରେ ନିର୍ବାଚନ ଲଢି କ୍ରମାଗତ ଭାବେ ୩ଥର ବିଧାୟକ ହୋଇଥିଲେ । ୧୯୮୦ ଏବଂ ୧୯୯୩ ରେ କଂଗ୍ରେସ ଟିକେଟ୍ ରେ ଜିତିଥିଲେ ଏବଂ ୨୦୦୩ ରେ ସମାଜବାଦି ପାର୍ଟି ରୁ ଟିକେଟ୍ ପାଇ ଜିତିଥିଲେ ।
ଏବେ ପୁଣି ଜିତିବାର ଆଶା ନେଇ ରାଜନୀତିରେ ପୁଣିଥରେ ପାଦ ଦେଇଛନ୍ତି । ହେଲେ ଏଥର ବଂଶମଣୀ ପ୍ରସାଦ ବର୍ମାଙ୍କ ଆଗରେ ତାଙ୍କ ନାତୁଣୀ ଡଃ ସୁଷମା ପ୍ରଜାପତି ଛିଡା ହୋଛନ୍ତି । ଅଜା ନାତୁଣୀ ଦୁହିଁଙ୍କ ମଧ୍ୟରେ ଜିତିବାର ଆଶା ରହିଛି । ହେଲେ ବିଜୟର ମାଳ କିଏ ପିନ୍ଧିବ ତାହା ୩ ଡିସେମ୍ବରରେ ଭୋଟ୍ ଫଳାଫଳ ପରେ ଜଣା ପଡିବ ।