କନକ ବ୍ୟୁରୋ: ମଦ ସାମ୍ରାଜ୍ୟର କଳାଟଙ୍କା ମିଳିବା ପରେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ଅଡୁଆ ବଢିବାରେ ଲାଗିଛି । ତାଙ୍କର ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢାଉ କରି ଶହ ଶହ କୋଟି ଟଙ୍କା ଜବତ କରିଛି । ଏପରି ସମୟରେ କଂଗ୍ରେସ ତାଙ୍କ ଠାରୁ ଦୂରେଇ ରହଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ସାଂସଦ ଧୀରଜ ସାହୁଙ୍କ ବ୍ୟବସାୟ ସହ କଂଗ୍ରେସର କୌଣସି ନେଣଦେଣ ନାହିଁ । ଅନ୍ୟପଟେ ରାଞ୍ଚିରେ ଧୀରଜ ସାହୁଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି ଯୁବ ବିଜେପି କର୍ମୀ । ଧୀରଜ ସାହୁଙ୍କ କଳାଟଙ୍କା ପ୍ରସଙ୍ଗକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି ।
ଟଙ୍କାର ପାହାଡ ମିଳିବା ପରେ ବଢିଲା ସାଂସଦ ଧୀରଜ ସାହୁଙ୍କ ଅଡୁଆ, ମାମଲାରୁ ଦୂରେଇ ରହିଲା କଂଗ୍ରେସ ।
/kanak/media/post_attachments/wp-content/uploads/2023/12/1-22.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)