ମୁହଁ ଖୋଲିଲେ ଚନ୍ଦ୍ରାଣୀ ମୁର୍ମୁ । ଓଟିଭି ମାମଲାରେ ଭିଡିଓ ଜାରି କରି ଜାଗି ଓ ବୈଜୟନ୍ତଙ୍କୁ ପ୍ରଶ୍ନ କଲେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । କହିଲେ ମୋ ଜାଗାରେ ଆପଣଙ୍କ ଝିଅ ଥିଲେ କଣ କରିଥାନ୍ତେ ?

9,704

କନକ ବ୍ୟୁରୋ: ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେବା ଘଟଣାରେ ଭିଡିଓ ଜାରି କଲେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଏଥିରେ ସାଂସଦ ଚନ୍ଦ୍ରାଣୀ କହିଛନ୍ତି ୨୦୧୯ ନିର୍ବାଚନ ପୂର୍ବରୁ ତାଙ୍କର ଏକ ମିଛ ଭିଡିଓ ଜାରି କରାଯାଇଥିଲା । ସେ ଜଣେ ଆଦିବାସୀ ସାଂସଦ ଏବଂ ମନ୍ଦ ଉଦେଶ୍ୟ ରଖି ତାଙ୍କ ଭିଡିଓ ଜାରି କରାଯାଇଥିଲା । ଏହି ମାମଲାରେ ଓଟିଭି ଏବଂ ବୈଜୟନ୍ତ, ଜାଗି ସେହି ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ।

ତେବେ ଜାଗୀ ଓ ଜୟଙ୍କ ଦିଲ୍ଲୀରେ କ୍ଷମତାଶାଳୀ ଲୋକଙ୍କ ସହ ବନ୍ଧୁତା ରହିଛି । ସେଇଥିପାଇଁ ଜାତୀୟ ଗଣମାଧ୍ୟମରେ ରମେଶ ରଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ମିଡିଆ ଉପରେ ଆକ୍ରମଣ ବୋଲି କହୁଛନ୍ତି । ଆଉ ଚନ୍ଦ୍ରାଣୀ ପ୍ର୍ରଶ୍ନ କରିଛନ୍ତି, ମୋ ସ୍ଥାନରେ ଯଦି ଆପଣଙ୍କ ଝିଅ ଥାନ୍ତା ତେବେ କଣ କରିଥାନ୍ତେ ।