ଯଦି ଆପଣ ନ୍ୟାୟ ଚାହୁଁଛନ୍ତି ତେବେ... ମହିଳା କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ବ୍ରିଜଭୂଷଣ ସିଂହ।

Advertisment
ଯଦି ଆପଣ ନ୍ୟାୟ ଚାହୁଁଛନ୍ତି ତେବେ... ମହିଳା କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ବ୍ରିଜଭୂଷଣ ସିଂହ।

କନକ ବ୍ୟୁରୋ: ମହିଳା କୁସ୍ତି ଯୋଦ୍ଧାଙ୍କ ଯୌନ ଉତ୍ପୀଡନ ମାମଲାରେ ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ଭାଜପା ସାଂସଦ ବ୍ରିଜଭୂଷଣ ସରଣ ସିଂହ ମୁହଁ ଖୋଲିଛନ୍ତି । ରବିବାରରେ ସେ କହିଛନ୍ତି, ହରିୟାଣାର ୯୦ ପ୍ରତିଶତ ଖେଳାଳି ଏବଂ ଅଭିଭାବକ ଡବ୍ଲୁଏଫଆଇ ଉପରେ ଭରସା କରିଛନ୍ତି । କେବଳ ଗୋଟିଏ କୁସ୍ତି ପରିବାର ଦିଲ୍ଲୀର ଜନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଯେଉଁ ମହିଳା ଖେଳାଳିମାନେ ଅଭିଯୋଗ କରିଛନ୍ତି ସେମାନେ କଂଗ୍ରେସ ନେତା ଦିପେନ୍ଦ୍ର ହୁଡାଙ୍କ ନେତୃତ୍ୱ ଗୋଷ୍ଠୀର ।

ସାଂସଦ ବ୍ରିଜଭୂଷଣ ସରଣ ସିଂହ କହିଛନ୍ତି, ହରିୟାଣାର ୯୦ ପ୍ରତିଶତ ଆଥଲେଟ୍ ଏବଂ ତାଙ୍କ ଅଭିଭାବକ ଭାରତୀୟ କୁସ୍ତି ମହାସଂଘ ଉପରେ ଭରସା ରଖିଛନ୍ତି । କିଛି ପରିବାର, ଅଭିଯୋଗ ଲଗାଇଥିବା ଖେଳାଳିଙ୍କ ଗୋଷ୍ଠୀ ଏବଂ ସେମାନଙ୍କ ଗୋଷ୍ଠୀର ମୁଖିଆ ଦିପେନ୍ଦ୍ର ସିଂହ ହୁଡା ମିଳିତ ଭାବେ ଏଭଳି ଅଭିଯୋଗ କରିଛନ୍ତି । ଜନ୍ତରମନ୍ତରରେ ନ୍ୟାୟ ମିଳିନଥାଏ । ଯଦି ଆପଣ ନ୍ୟାୟ ଚାହୁଁଛନ୍ତି ଆପଣଙ୍କୁ ପୋଲିସ ଏବଂ ନ୍ୟାୟାଳୟ ପାଖକୁ ଯିବାର ଆବଶ୍ୟକତା ରହିଛି । ତେବେ ସେମାନେ ଏଯାଏ ସେଭଳି କିଛି କରିନାହାନ୍ତି । ଅଦାଲତ ଯେଉଁ ନିଷ୍ପତ୍ତି ନେବା ମୁଁ ତାକୁ ସ୍ୱୀକାର କରିବି ବୋଲି ବ୍ରିଜଭୂଷଣ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe