ବାପା କରୁଛନ୍ତି ଚୌକିଦାରୀ, ମା’ ହେଉଛନ୍ତି ଶ୍ରମିକ ! ହେଲେ, ନିଜ ଅଧ୍ୟବୟସା ବଳରେ ପୁଅ ପାଇଲେ ୫୦୦ରୁ ୪୯୯ ନମ୍ବର

ମନରେ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ

703

କନକ ବ୍ୟୁରୋ : ମନରେ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ । ଯେତେ ଜଟିଳ ସ୍ଥିତି ଆସିଲେ ମଧ୍ୟ ନିଜ ମନରେ ଥିବା ଦୃଢ ବିଶ୍ୱାସ ଓ ଅଧ୍ୟବୟସା ବଳରେ ମଣିଷ ସବୁ କିଛି ସମ୍ଭବ କରିପାରେ । ଏହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ପ୍ରଦେଶରେ ଦେଖିବା ପାଇଁ ମିଳିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜଣେ ଚୌକିଦାରଙ୍କ ପୁଅ ଦଶମ ଶ୍ରେଣୀରେ ଟପ କରିଛି । ଆୟୁଷ୍ମାନ ନାମକ ଜଣେ ଚାତ୍ର ମୋଟ ୫୦୦ ନମ୍ବରରୁ ୪୯୯ ନମ୍ବର ରଖିବାଥିବା ନେଇ ସୂଚନା ମିଳିଛି । ତେବେ ପରିବାର ଆର୍ଥିକ ସଙ୍କଟ ମଧ୍ୟରେ ଚାଲୁଥିବା ସମୟରେ ଆୟୁଷ୍ମାନ ପାଛପଢା ଉପରେ ତାହାର କୌଣସି ପ୍ରଭାବ ଦେଖିବା ପାଇଁ ମିଳିନାହିଁ ।

ତାଙ୍କ ପିତା ଚୌକିଦାରୀ କରି ଯେତିକି ଟଙ୍କା ଆୟ କରନ୍ତି ତାହାରି ମଧ୍ୟରେ ପରିବାର ଚଳିଥାଏ । ତେବେ ପରିବାର ଚଳାଇବା ପାଇଁ ଆୟୁଷ୍ମାନଙ୍କ ମା’ ମଧ୍ୟ କାମ କରୁଥିବା ନେଇ ସୂଚନା ମିଳିଛି । ହେବେ ନିଜ ପରୀକ୍ଷା ଫଳରେ ଶ୍ରେୟ ନିଜ ମାତା ପିତା ଓ ଶିକ୍ଷକମାନଙ୍କୁ ଦେଇଛନ୍ତି ଆୟୁଷ୍ମାନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିକାଲି ସମୟରେ ସମସ୍ତେ ଯେପରି ସୋଶିଆଲ ମିଡିଆରେ ନିଜକୁ ବ୍ୟସ୍ତ ରଖୁଛନ୍ତି ତାହା ମୋ ଉପରେ କୌଣସି ପ୍ରଭାବ ପକାଇନାହିଁ । କାରଣ ସୋଶିଆଲ ମିଡିଆରେ ଯେତେବେଳେ ନାହିଁ ସେତେବେଳେ ମୁଁ ପ୍ରବେଶ କରିପାରିବି ।

ବର୍ତମାନ ସମୟରେ ମୋର ଗୋଟିଏ ଲକ୍ଷ୍ୟ ଯେ, କେମିତି ଭଲ ପାଠ ପଢିବି ଓ ମୋର ଲକ୍ଷ୍ୟକୁ ପୂରଣ କରିବି । ତେଣୁ ପାଠପଢାକୁ ଅଧିକ ପ୍ରାଧାନ୍ୟ ଦେଉଛି । ଏହାସହ ସେ ଆହୁରି ମଧ୍ୟ କହିଚନ୍ତି ଆଗାମୀ ଦିନରେ ମୁଁ ଇଞ୍ଜିନିୟର ହେବି । ତେବେ ଆୟୁଷ୍ମାନଙ୍କ ରେଜେଲ୍ଟ ଯେବେ ପ୍ରକାଶ ପାଇଲା ସେହି ସମୟରେ ତାଙ୍କ ବାପା ଡ୍ୟୁଟିରେ ଥିଲେ । ହେଲେ ଯେଉଁ ସମୟରେ ଏହି କଥା ଶୁଣିଲେ ସେ ଖୁସି ହୋଇଗଲେ । ଖୁସିର କାରଣ ଦୁଇଟି ଥିଲା । କାରଣ ଆୟୁଷ୍ମାନଙ୍କ ସହ ତାଙ୍କ ଭଉଣୀ ମଧ୍ୟ ୯୨ ପ୍ରତିଶତ ନମ୍ବର ରଖିଥିଲେ । ତେବେ କହିବାକୁ ଗଲେ ତାଙ୍କ ପରିବାର ବେଶ ଖୁସି ଅଛନ୍ତିୁ ଏହି ରେଜେଲ୍ଟକୁ ନେଇ । ଏହାସହ ତାଙ୍କ ମା’ ସୂଚନା ଦେଇ କହିଛନ୍ତି ଯେ, ମୋ ପୁଅ ଭଲ ପାଠପଢିବା ସହ ବଡ ଇଞ୍ଜିନିୟର ବନୁ । ହେଲେ ତାହାର ପାଠପଢାକୁ ନେଇ ଏତେ ଟଙ୍କା ଆସିବ କେଉଁଠୁ ତାହାକୁ ନେଇ ଆମେ ଚିନ୍ତାରେ ଅଛୁ । ବର୍ତମାନ ସମୟରେ ଆୟୁଷ୍ମାନ ଘର ପାଖରେ ଥିବା ଏକ ଦୋକାନରେ ବସି ନିଜ ଖର୍ଚ୍ଚ ବାହାର କରିପାରୁଥିବା ତାଙ୍କ ମା’ ସୂଚନା ଦେଇଛନ୍ତି ।