ଉପ ଜିଲ୍ଲାପାଳ ଚାକିରି ଛାଡି ରାଜନୀତିରେ କଲେ ପ୍ରବେଶ । ହେଲେ ମିଳିଲା ନାହିଁ ବିଧାୟକ ଟିକେଟ

7,474

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ପୂର୍ବ ଉପ ଜିଲ୍ଲାପାଳ ନିଶା ବାଙ୍ଗରେଙ୍କ ନିର୍ବାଚନ ଲଢିବା ନେଇ ଦେଖାଦେଇଥିବା ସମ୍ଭାବନା ଉପରେ ବିରାମ ଲାଗିଛି । କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ୍ ନାଥ ଏନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ନିଶା ବାଙ୍ଗରେ ଚଳିତ ନିର୍ବାଚନ ଲଢିବେ ନାହିଁ । ଛିନ୍ଦୱାଡାରେ ନାମାଙ୍କନ ଭରିବା ପରେ କମଲନାଥ ମଞ୍ଚ ଉପରେ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି, ନିଶା ବାଙ୍ଗରେ ନିର୍ବାଚନ ଲଢିବେ ନାହିଁ, ହେଲେ କମଲନାଥ ଓ ମଧ୍ୟପ୍ରଦେଶ କଂଗ୍ରେସ ପାଇଁ ତାଙ୍କର ଆବଶ୍ୟକତା ରହିବ ।

ସୂଚନା ଥାଉକି ନିଶା ବାଙ୍ଗରେଙ୍କ ଇସ୍ତଫା ପରେ ଆକଳନ କରାଯାଉଥିଲା କି, ସେ ଆମଲା ଆସନରୁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ । ହେଲେ କମଲନାଥଙ୍କ ଏହି ବୟାନ ପରେ ଏବେ ନିଶାଙ୍କୁ ବଡ ଝଟକା ଲାଗିଛି । ନିଶା ଉପ ଜିଲ୍ଲାପାଳ ପଦରୁ ଇସ୍ତଫା ଗ୍ରହଣ ହେବା ପରେ ସେ ସିଧାସଳଖ କମଲ ନାଥଙ୍କ ବାସଭବନରେ ପହଂଚିଥିଲେ । ଏହାପରେ ଅକାଳନ କରାଯାଉଥିଲା କି ନିଶାଙ୍କୁ କଂଗ୍ରେସ ଆମଲା ଆସନରୁ ପ୍ରାର୍ଥୀ କରାଯାଇପାରେ ।