କନକ ବ୍ୟୁରୋ: ରାଜ୍ୟ ସରକାର ଓ ସଚିବଙ୍କୁ ବିରୋଧୀ ଘେରିବା ପ୍ରସଙ୍ଗରେ ପ୍ରତିକ୍ରିୟାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଦଳର ଦୁଇ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ ବରିଷ୍ଠ ବିଧାୟକ ପ୍ରଫୁଲ ସାମଲଙ୍କୁ ସମାଲୋଚନା କରିଛନ୍ତି ତାଙ୍କରି ଦଳର ବିଧାୟକ ସୁଧୀର ସାମଲ । ଯାହା ବିରୋଧୀଙ୍କୁ ଆଉ ଏକ ସୁଯୋଗ ଆଣି ଦେଇଛି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରଶ୍ନର ଜବାବ ରଖିବାକୁ ଯାଇ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ।

ରାଜ୍ୟ ସରକାର ଓ ସଚିବଙ୍କୁ ବିରୋଧୀ ଘେରିବା ପ୍ରସଙ୍ଗରେ ପ୍ରତିକ୍ରିୟାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଦଳର ଦୁଇ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ ବରିଷ୍ଠ ବିଧାୟକ ପ୍ରଫୁଲ ସାମଲଙ୍କୁ ସମାଲୋଚନା କରିଛନ୍ତି ତାଙ୍କରି ଦଳର ବିଧାୟକ ସୁଧୀର ସାମଲ । ଯାହା ବିରୋଧୀଙ୍କୁ ଆଉ ଏକ ସୁଯୋଗ ଆଣି ଦେଇଛି ।

ବିରୋଧୀଙ୍କ ଘନ ଘନ ଟାର୍ଗେଟ ଭିତରେ, ସାମନାକୁ ଆସିଛି ରୋଚକ ଚିତ୍ର । ମୁଖ୍ୟମନ୍ତ୍ରୀ ଓ ସଚିବଙ୍କୁ ବିରୋଧୀ ଘେରିବା ପ୍ରସଙ୍ଗରେ ପ୍ରତିକ୍ରିୟାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବିଜେଡି ବିଧାୟକ । ବରିଷ୍ଠ ବିଧାୟକ ପ୍ରଫୁଲ ସାମଲଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ବିଧାୟକ ସୁଧୀର ସାମଲ । କହିଛନ୍ତି, କେଉଁ ବୟସ୍କ ନେତା ବାଚଳାମି କରି କ’ଣ କହିବେ ସେଥିରେ କିଛି କହିବାର ନାହିଁ । ମୁଖ୍ୟମନ୍ତ୍ରୀ ଯାଇ ପାରୁଛନ୍ତି କି ନାହିଁ ତାହା ସମସ୍ତେ ଦେଖୁଛନ୍ତି । ଭୁବନେଶ୍ୱରରେ ଯେଉଁ କାର୍ଯ୍ୟକ୍ରମ ହେଉଛି, ସେଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଉଛନ୍ତି ।

ଶାସକ ଦଳର ବିଧାୟକ ମୁହାଁମୁହିଁ ହେବା, ବିରୋଧୀଙ୍କୁ ଆଉ ଏକ ସୁଯୋଗ ଆଣି ଦେଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ଉଚିତ୍ ବୋଲି କହିଛନ୍ତି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟରେ ଶାସନ ବ୍ୟବସ୍ଥା ହାଇଯାକ୍ ହୋଇଯାଇଥିବା ଶନିବାର ଅଭିଯୋଗ ଆଣିଥିଲେ । ତାଙ୍କ ସହ ସ୍ୱର ମିଳାଇଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସାଂସଦ ଜୁଏଲ ଓରାମ । ବିରୋଧୀଙ୍କ ଅଭିଯୋଗର ଜବାବ ରଖିବାକୁ ଯାଇ ପ୍ରତିକ୍ରିୟା ଦେଇଥିଲେ ପ୍ରଫୁଲ ସାମଲ ।