କନକ ବ୍ୟୁରୋ: ଭୁବନେଶ୍ୱର ୪୬ ନଂ ୱାର୍ଡରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଦଯାତ୍ରା । ଘର ଘର ବୁଲି ଲୋକଙ୍କ ଭେଟିବା ସହ ସମସ୍ୟା ବୁଝିଲେ ଭୁବନେଶ୍ୱର ସାଂସଦ । ପଦଯାତ୍ରା ପୂର୍ବରୁ ସାଂସଦ ଅପରାଜିତାଙ୍କୁ ବିରୋଧ ଆଶଙ୍କା କରି ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲା । ସୁର କ୍ଷା ଦାୟିତ୍ୱରେ ରହିଥିଲେ ୪ ଜଣ ଇନ୍ସପେକ୍ଟର ଓ ୨ ଏସିପି । କିନ୍ତୁ ଘଟଣାସ୍ଥଳରେ ସେଭଳି କିଛି ଅପ୍ରୀତିକର ଘଟଣା ଘଟିନଥିଲା । ଅନ୍ୟପଟେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଏଭଳି ପଦଯାତ୍ରା ଜାରି ରହିବ । ଆଗକୁ ମଧ୍ୟ ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବେ, କେହି ତାଙ୍କୁ ବିରୋଧ କରି ଅଟକାଇପାରିବେ ନାହ