ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ସାଂସଦଙ୍କ ଚିଠି: ଶ୍ରୀକ୍ଷେତ୍ର ଓ ଏକାମ୍ର କଥା ଉଠାଇ ଅପରାଜିତା ଲେଖିଲେ ଚିଠି । କହିଲେ, ବିସ୍ଥାପିତଙ୍କ ତାଲିକା ପ୍ରକାଶ କର, କ୍ଷତିପୂରଣ କିଭଳି ମିଳୁଛି ତଥ୍ୟ ସାମ୍ନାକୁ ଆସୁ ।

119
କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀ ଏବଂ ଏକାମ୍ର  କ୍ଷେତ୍ରରେ ବିକାଶ ପ୍ରକଳ୍ପକୁ ଯେପରି ଭାବେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ମର୍ମରେ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଅପରାଜିତା ଦର୍ଶାଇଛନ୍ତି, ପୁରୀରେ ଐତିହ୍ୟର ବିକାଶ ନାଁରେ ମଠର ଉଚ୍ଛେଦ କରାଯାଇ ଜଗନ୍ନାଥ ସଂସ୍କୃତି ସହିତ ସମ୍ପର୍କ ରଖୁଥିବା ପ୍ରାଚୀନ ଐତିହ୍ୟକୁ ନଷ୍ଟ କରାଯାଇଛି । ଏହା କରିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ପରାମର୍ଶ ଦେଇଥିଲା ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରଛନ୍ତି ଅପରାଜିତା ।
ସେ ଆହୁରି କହିଛନ୍ତି ଭୁବନେଶ୍ୱରରେ ସୁକ-ସାରି ମନ୍ଦିର ନିକଟରେ ଖନନ ବେଳେ କିଛି ପ୍ରାଚୀନ କିର୍ତିରାଜି ମିଳିଥିଲେ ମଧ୍ୟ ଏହାର ସୁରକ୍ଷା ଦିଗରେ ସରକାର କିପରି ଯତ୍ନବାନ ଅଛନ୍ତି ତାର କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳୁନାହିଁ । ଏସବୁର ଅନୁଧ୍ୟାନ ପାଇଁ ଅପରାଜିତା ଏକ କମିଟି ଗଠନ କରି ଅନୁସନ୍ଧାନ କରିବେ ବୋଲି କହିଛନ୍ତି ।
ବଡ କଥା  ହେଲା ଐତିହ୍ୟର ବିକାଶ ପାଇଁ ଯେଉଁମାନେ ବିସ୍ଥାପିତ ହେଉଛନ୍ତି ସେମାନଙ୍କୁ ପ୍ରାପ୍ୟ ଠିକ ଭାବେ ମିଳୁନାହିଁ । ଯେଉଁ ବିସ୍ଥାପିତମାନଙ୍କୁ ସରକାର ସ୍ୱଚ୍ଛତା ଆଧାରରେ ପ୍ରାପୟ ପ୍ରଦାନ କରୁଛନ୍ତି ସେମାନଙ୍କ ତାଲିକା ପ୍ରକାଶ କରନ୍ତୁ ବୋଲି ଏହି ଚିଠିରେ ଦାବି କରିଛନ୍ତି ଅପରାଜିତା ।