କନକ ବ୍ୟୁରୋ : ସଂସଦରେ ଓଡ଼ିଶର ହୋମଗାର୍ଡଙ୍କ ଦୈନିକ ଭତ୍ତା ପ୍ରସଙ୍ଗ ଉଠାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି ଓଡ଼ିଶାରେ ୧୭ ହଜାର ହୋମଗାର୍ଡ ରହିଛନ୍ତି । ତେବେ ସେମାନଙ୍କୁ ଦୈନିକ ମାତ୍ର ୩ଶହ ଟଙ୍କା ମିଳୁଛି, ଯାହା ବହୁତ କମ୍ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ହୋମଗାର୍ଡଙ୍କୁ ଦୈନିକ ୫୩୩ ଟଙ୍କା ମିଳିବା ଉଚିତ । ହୋମଗାର୍ଡଙ୍କ ଏହି ସମସ୍ୟା ପ୍ରତି କେନ୍ଦ୍ର ଗୃହମନ୍ତ୍ରାଳୟ ଦୃଷ୍ଟି ଦେବାକୁ ଅନୁରୋଧ କରିବା ସହ ହୋମଗାର୍ଡଙ୍କ ଭତ୍ତା ବଢ଼ାଇବାକୁ ଦାବି କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/10-24.jpg)