ଭୁବନେଶ୍ୱର ହଂସପାଳରେ ଫ୍ଲାଏଓଭରର ହେଲା ଭୂମିପୂଜା: ସାଂସଦ ଅପରାଜିତା ଷଡଙ୍ଗୀ ଉପସ୍ଥିତ; ବିଜେପି ସମର୍ଥକ-ଲୋକେ ଭୁଲିଲେ ସାମାଜିକ ଦୂରତା

871

କନକ ବ୍ୟୁରୋ: ଭୁବନେଶ୍ୱର ହଂସପାଳ ଫ୍ଲାଏ ଓଭର ବ୍ରିଜର ଭୂମି ପୂଜନ ହୋଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଶିଳାନ୍ୟାସ କରିଛନ୍ତି । ତେବେ ଭୂମି ପୂଜନ ବେଳେ ବିଜେପି ସମର୍ଥକ ଓ ସ୍ଥାନୀୟ ଲୋକେ ସାମାଜିକ ଦୂରତାକୁ ଭୁଲି ଯାଇଥିଲେ । ସାଂସଦଙ୍କ ଭୂମି ପୂଜନ ସମୟରେ ରାସ୍ତାରେ ଅସମ୍ଭବ ଭିଡ ଦେଖିବାକୁ ମିଳିଛି ।

ଯାହା ଯୋଗୁଁ ସେହି ରାସ୍ତା ଦେଇ ଆସୁଥିବା ଯାତ୍ରୀବାହି ବସକୁ ୧୦ ମିନିଟ ଅପେକ୍ଷା କରିଥିବା ଖବର ମିଳିଛି । ୧୮ ମାସରେ ଶେଷ ହେବ ହଂସପାଳ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାମ । ଏଥିପାଇଁ ୩୦କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଏହି ଫ୍ଲାଏ ଓଭର ନିର୍ମାଣ ଫଳରେ ନହରକଂଟା, ହରିଦାସପୁର, ରୁଦ୍ରପୁର, ସୁନ୍ଦରପାଟଣା, ବଙ୍ଗୁଆରୀ, ହଂସପାଳ, ବାଲିଅନ୍ତା, ଭିଙ୍ଗାରପୁର ଅଂଚଳର ଲୋକେ ଉପକୃତ ହେବେ ।