ମଞ୍ଚରେ ମୁହାଁମୁହିଁ ସାଂସଦ ଅପରାଜିତା ଷଡଙ୍ଗୀ ଓ ମନ୍ତ୍ରୀ ଅଶୋକ ପଣ୍ଡା ।  ବିନ୍ଦୁସାଗର ଓ ଲିଙ୍ଗରାଜ ପାଇଁ କ’ଣ ହୋଇଛି ବୋଲି ପ୍ରଶ୍ନ କଲେ ଅପରାଜିତା । 

2,484
କନକ ବ୍ୟୁରୋ: ସ୍ୱଛ ବିନ୍ଦୁସାଗର ପ୍ରକଳ୍ପ ଯୋଜନାରେ ଦେଖିବାକୁ ମିଳିଥିଲା ଆଉ ଏକ ରୋଚକ ଚିତ୍ର । ଷ୍ଟେଜ ଉପରେ ଭାଷଣ ଦେବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବିନ୍ଦୁ ସାଗର ଓ ଲିଙ୍ଗରାଜ ପାଇଁ କଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଆଖିକୁ କିଛି କାମ ହୋଇଥିବା ପରି ଦେଖା ଯାଉନି ବୋଲି ଆକ୍ଷେପ କରିଥିଲେ ଅପରାଜିତା ।
ମଂଚରେ ଭାଷଣ ସମୟରେ ଏହାର ଜବାବ ରଖିଥିଲେ ଏକାମ୍ର୍ ବିଧାୟକ ଅଶୋକ ପଣ୍ଡା । ଗୋଟି ଗୋଟି କରି ରାଜ୍ୟ ସରକାର କଣ କଣ କରିଛନ୍ତି ତାହାର ହିସାବ ଦେଇଥିଲେ ମନ୍ତ୍ରୀ ।
ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେଲା ସ୍ୱଛ ବିନ୍ଦୁସାଗର ପ୍ରକଳ୍ପ । ଆଜି ଏହି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ବିନ୍ଦୁସାଗର ପୋଖରୀର ସଫେଇ କାମର ଶୁଭାରମ୍ଭ ହୋଇଛି । ଏକାମ୍ର କ୍ଷେତ୍ରରେ ଐତିହ୍ୟ ସଂପନ୍ନ ବିନ୍ଦୁସାଗର ସଫେଇ ପାଇଁ ଆଗରୁ ବହୁ ଯୋଜନା ହୋଇଛି । ବର୍ତମାନ ଏକାମ୍ର ଯୋଜନା ପ୍ରକଳ୍ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ଉନ୍ନତିକରଣ କାମ ହାତକୁ ନିଆଯାଇଛି । ଏହି କ୍ରମରେ ଶୁଭାରମ୍ଭ ହୋଇଛି ସ୍ୱଛ ବିନ୍ଦୁସାଗର ପ୍ରକଳ୍ପ ।