କନକ ବ୍ୟୁରୋ :  ନିର୍ଦ୍ଧାରିତ ସମୟ ପୂର୍ବରୁ ଅପରାଜିତାଙ୍କ କାର୍ଯ୍ୟାଳୟ ଖୋଲିଛି ବିଏମସି । ଅଫିସ୍ ସିଲ ଦିନ ବିଏମସି ପକ୍ଷରୁ କୁହାଯାଇଥିଲା କି ୧୫ ଦିନ ଯାଏ ତାଙ୍କ କାର୍ଯ୍ୟାଳୟ ବନ୍ଦ କରାଯାଉଛି । ହେଲେ କାର୍ଯ୍ୟାଳୟ ସିଲ୍ କରିବାର ୭ ଦିନ ମଧ୍ୟରେ ଆଜି କାର୍ଯ୍ୟାଳୟର ତାଲା ଖୋଲିଛି ବିଏମସି । ଅପରାଜିତାଙ୍କ ଅଫିସର ସିଲ୍ ଖୋଲିବାକୁ ଅଫିସ ଚିଠି ସହ ବିଏମସି ସୁପରଭାଇଜର ପହଁଚିଥିଲେ । ପ୍ରଥମେ ହାତ ଲେଖା ଚିଠି ଆଣିଥିବାରୁ ବିଏମସି କର୍ମଚାରୀଙ୍କୁ ଫେରାଇ ଦେଇଥିଲେ ସାଂସଦଙ୍କ ସମର୍ଥକ । ଯେହେତୁ ବିଏମସିର ଅଫିସିଆଲ ଚିଠି ଆଧାରରେ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି ତେଣୁ ପୁଣି ଏକ ପକା ଚିଠି ଆଣିଲେ ହିଁ ଅଫିସ ଖୋଲିବାକୁ ଦିଆଯିବ ବୋଲି ସେମାନେ ଅଡି ବସିଥିଲେ ।

Advertisment

କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ୧୦ ତାରିଖ ଅର୍ଥାତ ୭ ଦିନ ତଳେ ଅପରାଜିତାଙ୍କ ଅଫିସକୁ ବନ୍ଦ କରିଥିଲା ବିଏମସି । ଅପରାଜିତାଙ୍କ ଜନ୍ମଦିନ ଉତ୍ସବ ପାଳନର ଭିଡିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷ । ୧୫ ଦିନ ପାଇଁ ସିଲ୍ କରିବା ସହ ସେହି ସ୍ଥାନକୁ ବିଶୋଧନ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଥିଲା । ସେପଟେ ଅଫିସ୍ ସିଲ୍ କରିବା ବେଆଇନ ବୋଲି କହିଛନ୍ତି ଭୂୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।