କନକ ବ୍ୟୁରୋ: ନିର୍ବାଚନ ଯେତିିକି ପାଖେଇ ଆସୁଛନ୍ତି, ପ୍ରାର୍ଥୀଙ୍କ ପ୍ରଚାର ବି ଜମିବାରେ ଲାଗିଛି । ଆଜି ଓଡିଆ ନବବର୍ଷରେ ମନ୍ଦିରରେ ପୂଜାର୍ଚ୍ଚନା କରି ଭୋଟରମୁହାଁ ହୋଇଛନ୍ତି ପ୍ରାର୍ଥୀ । ପୁରୀରେ ବାଇକରାଲି କରି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ସମ୍ବିତ ପାତ୍ର ଓ ଜୟନ୍ତ ଷଡଙ୍ଗୀ । ବାଲେଶ୍ୱରରେ ବି ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ପୂଜାର୍ଚ୍ଚନା କରି ଭୋଟ ମାଗିଛନ୍ତି । ସେପଟେ ଦଳବଳ ସହ କୋରାପୁଟରେ ପ୍ରଚାର ଚଳାଇଛନ୍ତି କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ଓ ତାରାପ୍ରସାଦ ବାହିନୀପତି ।

ନିର୍ବାଚନ ତାରିଖ ପାଖେଇଆସୁଥିବାବେଳେ ପ୍ରାର୍ଥୀମାନେ ବି ଭୋଟରମୁହାଁ ହୋଇଛନ୍ତି । ଚାଲିଛି ଜୋରଦାର ପ୍ରଚାର । ପୁରୀରେ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ । ସମର୍ଥକଙ୍କ ସହ ବାଇକ କାଲି କରିଛନ୍ତି । ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଲୋକଙ୍କ ପାଖକୁ ଯାଇ ଭୋଟଭିକ୍ଷା କରିଥିଲେ । କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ପଂଚାୟରେ ପ୍ରଚାର କରିଛନ୍ତି ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ସତ୍ୟବାଦୀ ପ୍ରାର୍ଥୀ ସଂଜୟ ଦାସ ବର୍ମା ଓ ବ୍ରହ୍ମଗିରି ପ୍ରାର୍ଥୀ ଉମା ସାମନ୍ତରାୟ ।

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ପ୍ରଚାର କରିଛନ୍ତି କୋରାପୁଟ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ଓ ଜୟପୁର ବିଧାନସଭା ପ୍ରାର୍ଥୀ ତାରାପ୍ରସାଦ ବାହିନୀତପତି । ଏଥିରେ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପବିତ୍ର ସାଉନ୍ତା ବି ଉପସ୍ଥିତ ଥିଲେ । କଂଗ୍ରେସ ପ୍ରାର୍ଥୀ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଥିଲେ । କଂଗ୍ରେସ କ୍ଷମତାକୁ ଆସିଲେ ନୂଆ ଗ୍ୟାରେଣ୍ଟି ଲାଗୁ ହେବ ବୋଲି କହିଥିଲେ । ରାଜନୀତିରେ ତାରାପ୍ରସାଦ ବିହନୀପତି ଓ ସପ୍ତଗିରି ଉଲ୍ଲାକା ମାମୁଁ –ଭଣଜା ଭାବେ ଜଣାଶୁଣା ।

ବାଲେଶ୍ୱର ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇଛି ବିଜେଡି । ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଘର ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି । କ୍ଷୀରଚୋରା ଗୋପିନାଥ ମନ୍ଦିରରୁ ପୂଜା କରି ପ୍ରଚାର ଆରମ୍ଭ କରିଛନ୍ତି । ଲେଖାଶ୍ରୀଙ୍କୁ ସ୍ୱାଗତ କରିବାକୁ ମନ୍ଦିର ନିକଟରେ ବିଜେଡି ନେତାଙ୍କ ଭିଡ ଲାଗିଥିଲା । ଏଠାରେ ବିଜେପିର ପ୍ରତାଷ ଷଡଙ୍ଗୀଙ୍କ ବିରୋଧରେ ଲଢୁଛନ୍ତି ଲେଖାଶ୍ରୀ । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

ଟିକେଟ ପାଇବା ପରେ ପ୍ରଥମ ଥର ଲାଗି ଦିଗପହଣ୍ଡି ଗସ୍ତ କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ପ୍ରାର୍ଥୀ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ଦିଗପହଣ୍ଡିରେ ପଂହଚି ମା ବାଙ୍କେଶ୍ୱୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପରେ କୁକୁଡାକଣ୍ଡି ବ୍ଲକରେ ପ୍ରଚାର କରିଛନ୍ତି । ଦିନରେ ଖରାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ଓ ରାତିରେ ନିର୍ବାଚନ ପ୍ରଚାରକୁ ଗୁରୁତ୍ୱ ଦେଉଛନ୍ତି ପ୍ରାର୍ଥୀ ।