କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ମେଡିକାଲରେ ଚିକିତ୍ସିତ ଅଛନ୍ତି । ତେବେ ସାଗର ଜିଲ୍ଲା ସାନୋଧା ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisment

publive-image

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ଟିମ୍ ପହଞ୍ଚିବା ବେଳକୁ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିଲେ । କାରର ମାଲିକ ଅତୁଲ ଦୁବେଙ୍କର ଅଟନ୍ତି । ଏଥିରେ ତାଙ୍କ ପୁଅ ଅମରଦୀପ ଗୁରୁତର ଆହତ ହୋଇଥିଲେ । ଅମରଦୀପ ହେଉଛନ୍ତି କଂଗ୍ରେସ ନେତା ତଥା ପୂର୍ବ ପ୍ରଦେଶ ଉପାଧ୍ୟକ୍ଷ ଅମିତ ରାମଜୀ ଦୁବେଙ୍କ ଭଣଜା। ଆହତ ଅମରଦୀପଙ୍କୁ ସାଗରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାରରେ ଯାଉଥିବା ସମସ୍ତଙ୍କର ମୃତ୍ୟୁ ହୋଇଛି । କାରରେ ଡ୍ରାଇଭରଙ୍କ ସମେତ ୭ ଜଣ ଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଗାଡି ସାଗର ପାର୍ଶ୍ୱରୁ ଗଢାକୋଟା ଆଡକୁ ଯାଉଥିବାବେଳେ ଗାଡକୋଟା ପାର୍ଶ୍ୱରୁ ସାଗର ଆଡକୁ ଏକ ଟ୍ରକ୍ ଆସୁଥିଲା । ଫଳରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରର ଷ୍ଟିଅରିଂ ଭାଙ୍ଗିଯାଇଛି । ଏହି ଦୁର୍ଘଟଣାରେ କାରରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆଉ ଦୁଇଜଣଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା । ତେବେ କାରକୁ କାଟି ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା ।