କନକ ବ୍ୟୁରୋ: ରିଲିଜ୍ ହେଲା ଭ୍ୟାକ୍ସିନ୍ ୱାର । ଫିଲ୍ମର ପ୍ରଥମ ରିଭ୍ୟୁରେ ଏହାକୁ ପାୱାରଫୁଲ୍ ଦର୍ଶାଯାଇଛି । ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଏହାକୁ ଜ୍ଞାନବର୍ଦ୍ଧକ ଓ ପ୍ରେରଣାଦାୟକ କହିଛନ୍ତି । ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମଟି ଓମେନ୍ ପାୱାର ଉପରେ ପର୍ଯ୍ୟବେସିତ । ଫିଲ୍ମରେ ନାନା ପାଟେକର, ପଲ୍ଲବୀ ଯୋଶୀ, ଅନୁପମ ଖେର, ରାଇମା ସେନ୍ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ୨ଘଣ୍ଟା ୪୦ ମିନିଟର ଏହି ଫିଲ୍ମରେ ବୈଜ୍ଞାନିକମାନଙ୍କୁ ସମାଜର ପ୍ରକୃତ ହିରୋ ଭାବେ ଚିତ୍ରଣ କରାଯାଇଛି ।