କନକ ବ୍ୟୁରୋ : ଆଜି ଜାତୀୟ ସିନେମା ଦିବସ । ମଲ୍ଟିପ୍ଲେସ୍ ଆସୋସିଏସନ ଇଣ୍ଡିଆ ପକ୍ଷରୁ ଦର୍ଶକଙ୍କ ପାଇଁ ଟିକଟ ଦାମ୍ ରଖାଯାଇଛି ୭୫ ଟଙ୍କା । ୧୫୦ କି ୫୦୦ ନୁହେଁ କେବଳ ୭୫ ଟଙ୍କାରେ ବଲିଉଡ଼, ହଲିଉଡ, ଟଲିଉଡ ହେଉ କି ଓଲିଉଡ ସିନେମା ହଲରେ ଦେଖି ପାରିବେ ଦର୍ଶକ । ସେ ମଲ୍ଟିପ୍ଲେସ ହେଉ କି ସିଙ୍ଗଲ ସ୍କ୍ରିନ୍ ସବୁଠି ଟିକଟ ଦର ସମାନ ଆଉ ସୁବିଧା ବି ସମାନ ।

Advertisment

ପିଭିଆର, ଆଇନକ୍ସ, ସିନେପଲିସ୍ ସମେତ ୪ ହଜାରରୁ ଅଧିକ ବଡ଼ ପରଦାରେ ମଜା ନେଉଛନ୍ତି ଦର୍ଶକ । ସେଥିପାଇଁ କେବଳ ଭୁବନେଶ୍ୱର ନୁହେଁ ସାରା ଦେଶରେ କୌଣସି ହଲ ଫାଙ୍କା ନାହିଁ । ଆଜିର ଦିନରେ ଦର୍ଶକଙ୍କୁୁ ଭିନ୍ନ ଅନୁଭୂତି ପରଷିବାକୁ ବୋଧେହୁଏ ପ୍ରଥମ ଥର ପାଇଁ ଏଭଳି ନିଆରା ପ୍ରୟାସ କରାଯାଇଛି । ଦର୍ଶକଙ୍କୁ ହଲ ମୁହାଁ କରାଇବା ଏବଂ ଧୀରେ ଧୀରେ ହଲ ଏବଂ ଦର୍ଶକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଦୂରତାକୁ କମାଇବାକୁ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଣ୍ଟା ଭିଡିଛି ।