କନକ ବ୍ୟୁରୋ: ‘ଦି କେରଳ ଷ୍ଟୋରୀ’ ରିଲିଜ ହେବା ପରେ ଏହାର କଣ୍ଟେଣ୍ଟକୁ ନେଇ ବିବାଦ ଥମିବାର ନାଁ ନେଉନି । ଅନେକ ଏହାକୁ ସମର୍ଥନ ଜଣାଉଥିବାବେଳେ ଅନେକ ଘୋର ବିରୋଧ କରୁଛନ୍ତି । ଏସବୁ ବାଦବିବାଦ ଭିତରେ ମଧ୍ୟ ଲିଡ୍ ରୋଲରେ ଥିବା ଅଭିନେତ୍ରୀ ଅଦା ଶର୍ମା ଏକ ଖୁସିଖବର ଶୁଣାଇଛନ୍ତି । ଫଲ୍ମଟି ୩୭ଟି ଦେଶରେ ସ୍କ୍ରିନିଂ କରାଯିବ । ଆସନ୍ତା କାଲିଠାରୁ ଏହା ଆନ୍ତର୍ଜାତୀୟ ସ୍ତରରେ ରିଲିଜ ହେବ ବୋଲି ଅଦା ଶର୍ମା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

Advertisment

ବିବାଦ ଭିତରେ ଫିଲ୍ମ ‘ଦି କେରଳ ଷ୍ଟୋରୀ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଏହାକୁ ଦର୍ଶକଙ୍କ ଭରପୁର ସମର୍ଥନ ମିଳୁଛି । ଏଥିରେ ଶାଲିନୀ ଉନ୍ନିକୃଷ୍ଣନଙ୍କ ଭୂମିକାରେ ଥିବା ଆଦା ଶର୍ମା ନିଜର ଖୁସି ବ୍ୟକ୍ତ କରିଛନ୍ତି । ଆଜି ସେ ନିଜର ଜନ୍ମଦିନ ପାଳନ କରୁଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଫିଲ୍ମର ସ୍କ୍ରିନିଙ୍ଗ ଖବର ଦେଇଛନ୍ତି ।