‘ବସ୍ତର: ଦି ନକ୍ସଲ ଷ୍ଟୋରି’ ଚଳଚ୍ଚିତ୍ର ସମୀକ୍ଷା: ଅଦା ଶର୍ମାଙ୍କ ଚଳଚ୍ଚିତ୍ର ‘ବସ୍ତର: ଦି ନକ୍ସଲ ଷ୍ଟୋରି’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ।  ନକ୍ସଲବାଦ ଏବଂ ନକ୍ସଲମାନଙ୍କ ଉପରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ନକ୍ସଲଙ୍କୁ ନେଇ ଅନେକ ପ୍ରକାରର କଥା କୁହାଯାଏ, ଅନେକ ପ୍ରକାରର ନ୍ୟାରେଟିଭ ଅଛି । ବିପୁଲ ଶାହା ‘କେରଳ ଷ୍ଟୋରି’  ପରେ ଏବେ ‘ଦି ନକ୍ସଲ ଷ୍ଟୋରି’ ଆଣିଛନ୍ତି । ଭିପୁଲ ଶାହାଙ୍କ ଏହି ଚଳଚ୍ଚିତ୍ରଟି ଦେଖିବା ପାଇଁ ହୃଦୟ କଠୋର ହେଇଥିବା  ଦରକାର । କମଜୋର ହୃଦୟବାଲା  ବ୍ଯକ୍ତି ଏ ଫିଲ୍ମକୁ ଦେଖିବାକୁ ସାହସ ଦରକାର । ତେଣୁ ଦୁର୍ବଳ ହୃଦୟ  ବ୍ୟକ୍ତିମାନେ ଏହି ଚଳଚ୍ଚିତ୍ର ଦେଖିବାରେ ସକ୍ଷମ ହୋଇନପାରନ୍ତି ।

Advertisment

ଏହିପରି ଚଳଚ୍ଚିତ୍ରଗୁଡ଼ିକୁ ପ୍ରାୟତ ପ୍ରଚରଧର୍ମୀ ବୋଲି କେହି କେହି କହିଥାନ୍ତି । ଏହାର କାହାଣୀ ଉପରେ ପ୍ରଶ୍ନ ଉଠିଛି କିନ୍ତୁ ଫିଲ୍ମର ନିର୍ମାତା ଭିପୁଲ ଶାହା ସାକ୍ଷାତକାରରେ କହିଛନ୍ତି ଯେ ଯିଏ ଫିଲ୍ମ କିଛି ସତ୍ୟ ଘଟଣା ଉପରେ ଆଧାରିତ ଅଟେ ଏବଂ ଏହି ଫିଲ୍ମ ପାଇଁ ସେ ଓ ତାଙ୍କର ଟିମ ବହୁତ ରିସର୍ଚ୍ଚ କରିଛନ୍ତି ।

କାହାଣୀ

‘ବସ୍ତର: ଦି ନକ୍ସଲ ଷ୍ଟୋରି’ ହେଉଛି ଛତିଶଗଡ଼ ରାଜ୍ୟର ବସ୍ତରର କାହାଣୀ ଏବଂ ବସ୍ତର ଓ ଏହାର ଆଖପାଖ ରାଜ୍ୟରେ  ବ୍ୟାପିଥିବା ନକ୍ସଲବାଦର କାହାଣୀ । ବସ୍ତରରେ ହେଇଥିବା ନକ୍ସଲ ଆକ୍ରମଣକୁ ଏହି ଚଳଚ୍ଚିତ୍ରରେ ଅତି ଭୟଙ୍କର ଢଙ୍ଗରେ ଦେଖାଯାଇଛି । ମାଓ ଆତଙ୍କବାଦୀମାନେ ଛତିଶଗଡର ବସ୍ତରସ୍ଥିତ CRPF କ୍ୟାମ୍ପ ଉପରେ ଆକ୍ରମଣ କରି ୭୬ ଜଣ ସିଆରପିଏଫ ସୈନିକ ମାନଙ୍କୁ କିପରି ନୃଶଂସ ଭାବେ ହତ୍ୟା କରିଥିଲେ ତାହା ଏହି ଫିଲ୍ମରେ ନିଖୁଣ ଭାବେ ଦେଖାଇଛନ୍ତି । ପ୍ରଯୋଜକ କହିବା କଥା ଫିଲ୍ମରେ ଯାହା ଦେଖାଯାଇଛି ପ୍ରକୃତ କାହାଣୀ ତାହାଠାରୁ ଢେର ଅଧିକ ଅଟେ । ନକ୍ସଲମାନେ ସେଠାରେ କିପରି ନିଜର ଅଲଗା ବ୍ୟବସ୍ଥା ଚଳାଇଛନ୍ତି ତାହା ଫିଲ୍ମରେ ଦର୍ଶାଯାଇଛି । ସେମାନେ ସେଠାରେ ଥିବା ସାଧାରଣ ଲୋକଙ୍କ ଜୀବନକୁ କିପରି ନଷ୍ଟ କରିଛନ୍ତି, ସରକାରୀ ଯୋଜନରୁ ଲୋକଙ୍କୁ କେମିତି ଦୂରେଇ ରଖିଛନ୍ତି ଏହିସବୁ ବିଷୟ ଏ ଫିଲ୍ମରେ ଅଛି । ନକ୍ସଲ ମାନେ ସେ ଅଞ୍ଚଳର ବିକାଶ କରେଇ ଦେଉନାହାନ୍ତି । ଯିଏ ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଛି ତାକୁ ସେମାନେ ଅତି ନୃଶଂସ ଭାବେ ହତ୍ୟା କରି ଲୋକ ମାନଙ୍କ ମନରେ ଭୟର ସଂଚାର କରାଉଛନ୍ତି । ଯାହାଦ୍ବାରା ଭବିଷ୍ୟତରେ ଆଉ କେହି ତାଙ୍କ ବିରୁଦ୍ଧରେ ଯାଇ ପାରିବେନି ।

ଆଇପିଏସ୍ ଅଧିକାରୀ ନୀରଜା ମାଧବନ୍ (ଅଦା ଶର୍ମା) ନିଜେ ଗର୍ଭବତୀ ଥାଇ ନକ୍ସଲମାନଙ୍କ ସହ ଅତି ସାହସର ସହ ମୁକାବିଲା କରି ତାଙ୍କୁ କିପରି ସେଠାରୁ ତଡି ପାରିଛନ୍ତି ତାହାକୁ ଅଭିନେତ୍ରୀ ଅଦା ଶର୍ମା ଖୁବ ନିଖୁଣ ଭାବେ ନିଜ ଅଭିନୟ ଚତୁରୀରେ ଦେଖେଇ ପାରିଛନ୍ତି । ପ୍ରଶାସନଠୁ ଆରମ୍ଭ କରି ନ୍ୟାୟିକ ବ୍ୟବସ୍ଥା ପର୍ଯ୍ୟନ୍ତ ସମସ୍ତେ କିପରି ନକ୍ସଲମାନଙ୍କ ସିଷ୍ଟମ ସହିତ ଅଛନ୍ତି ତାହା ମଧ୍ୟ ଫିଲ୍ମରେ ଦର୍ଶାଯାଇଛି ।

ଫିଲ୍ମରେ ‘ସଲୱା ଜୁଡୁମ’ ସଂଗଠନ ବିଷରେ ମଧ୍ୟ ଦେଖାଯାଇଛି । ନକ୍ସଲ ଶକ୍ତିକୁ ପ୍ରତିହତ କରିବାପାଇଁ ୨୦୦୫ରେ ଏହି ସଂସ୍ଥା ସୃଷ୍ଟି ହୋଇଥିଲା । ସରକାର ନିଜେ ଏହି ସଂଗଠନକୁ ପ୍ରୋତ୍ସାହନ ଦେଉଥିଲେ । ସେତେବେଳେ ପ୍ରାୟ ସମସ୍ତେ ମୁକ୍ତକଣ୍ଠରେ ସ୍ଵୀକାର କରିଥିଲେ ଯେ   ‘ସଲୱା ଜୁଡୁମ’ ହିଁ ଏକମାତ୍ର ସଂଗଠନ ଯିଏ ନକ୍ସଲମାନଙ୍କୁ ଟକ୍କର ଦେଇପାରିବ ।

ଏହି ଚଳଚ୍ଚିତ୍ରକୁ ପ୍ରଯୋଜକ ବସ୍ତର ଅଞ୍ଚଳର ସେହି ମା, ମାନଙ୍କୁ ଉତ୍ସର୍ଗ କରିଛନ୍ତି ଯେଉଁ ମା’ ମାନେ ଏହି ଲଢେଇରେ ସେମାନଙ୍କ ସ୍ବାମୀ ଓ ପିଲାଙ୍କୁ ହରେଇଛନ୍ତି । କାହାଣୀରେ ଜଣେ ମା’ ର ଚରିତ୍ରକୁ ଗୁରୁତ୍ବ ଦିଆଯାଇଛି । ଯାହାଙ୍କ ସ୍ଵାମୀଙ୍କୁ ନକ୍ସଲମାନେ ତିରଙ୍ଗା ପତାକା ଉଡେଇବାର ଅପରାଧରେ ହାଣି ୩୬ ଖଣ୍ଡ କରି ଦେଇଛନ୍ତି ଏବଂ ତାଙ୍କୁ କହୁଛନ୍ତି ସେହି ରକ୍ତକୁ ନେଇ ସେମାନକ ଶହୀଦ ସ୍ତମ୍ବରେ ବୋଲିବା ପାଇଁ । ସମୟକ୍ରମେ ତାଙ୍କର ପୁଅ ମଧ୍ୟ ନକ୍ସଲ ହେଇଯାଇଛି । ପ୍ରତିଶୋଧ ନେବାକୁ ମା’ ଜଣକ ପୋଲିସର ସହାୟକ ଭାବେ ଯୋଗଦେଇ ଏବଂ ଲଢି ନିଜ ପୁଅକୁ ତାଙ୍କ କବଳରୁ ଉଦ୍ଧାର କରି ପାରିଛି ।

କାହାଣୀର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଅତ୍ୟନ୍ତ ଉଚ୍ଚକୋଟୀର । ସୁଟିଂ ହୋଇଥିବା ସ୍ଥାନ ମଧ୍ୟ ଅବିକଳ ଜଙ୍ଗଲ ମଧ୍ୟରେ ଥିଲା ଭଳି ଅନୁଭୂତ ହେବ । ଫିଲ୍ମରେ ‘ଲେଫ୍ଟ  ଲିବରାଲ’ ପରି ଶବ୍ଦର ବ୍ୟବହାର ହୋଇଛି । ଯାହାକୁ ନେଇ କେହି କେହି ଆପତ୍ତି ଉଠାଇ ପାରନ୍ତି ।

 ଚଳଚ୍ଚିତ୍ରଟି କେମିତି ହେଇଛି ?

ଯଦି ଏହାକୁ ଗୋଟିଏ ଧାଡିରେ କହିବା, ତେବେ ଏହି ଚଳଚ୍ଚିତ୍ରଟି ଆପଣଙ୍କୁ ବିଚଳିତ କରିଦେବ ।  ଫିଲ୍ମରେ ଏପରି ଅନେକ ଦୃଶ୍ୟ ଅଛି ଯାହାକୁ ଆପଣ ଦେଖି ପରିବେଣୀ । ଆପଣ ଆଖି ବନ୍ଦ କରିଦେବା ପାଇଁ ବାଧ୍ୟ ହେଇପାରନ୍ତି । ଯେଉଁଭଳି ଭାବରେ ଫିଲ୍ମରେ ନକ୍ସଲମାନଙ୍କ କ୍ରୁରତା ଭୟ ଦେଖାଯାଇଛି ତାହା ଆପଣଙ୍କ ଛାତି ଥରେଇଦେବ । ଆପଣ ଭାବିବାକୁ ବାଧ୍ୟ ହେବେ ଯେ ସତରେ କଣ ଏ ସବୁ ଆମ ଦେଶରେ ଘଟୁଛି  ?  ଏହିପରି ଅନେକ ଦୃଶ୍ୟ ଦେଖିବା ପରେ ଆପଣଙ୍କଙ୍କୁ ଥିଏଟରରୁ ବାହାରି ଯିବାକୁ ମନ ହେବ ।

ସବୁ ମିଶେଇ ଫିଲ୍ମଟି ଦେଖିବା ପରି ହେଇଛି ।