ମହାତ୍ମାଗାନ୍ଧୀଙ୍କ ଉପରେ ଆଧାରିତ ଫିଲ୍ମ ‘ଗାନ୍ଧୀ ମେମୋରୋବିଲିୟା’ର ଟିଜର ରିଲିଜ ।

69

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିଚାର ଉପରେ ଆଧାରିତ ଫିଲ୍ମ ‘ଗାନ୍ଧୀ ମେମୋରେବିଲିୟା’ର ଟ୍ରିଜର ରିଲିଜ ହୋଇଛି । ଟ୍ରିଜର ରିଲିଜ ହେବା ପରେ ଫେସବୁକ, ୟୁ-ଟ୍ୟୁବ ଏବଂ ଇନଷ୍ଟାଗ୍ରାମ ସହିତ ସମସ୍ତ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୬୦ ଲକ୍ଷ ଲୋକେ ଦେଖିବା ସହିତ ପସନ୍ଦ ମଧ୍ୟ କରିଛନ୍ତି ।

source: youtube

ଡା. ଭାନୁ ପ୍ରତାପ ସିଂ ଏବଂ ଆଦିତ୍ୟ ପ୍ରତାପ ସିଂଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ମାହାତ୍ମା ଗାନ୍ଧୀଙ୍କ ପ୍ରାସଙ୍ଗିକତା, ଲୋକପ୍ରିୟତା ଏବଂ ଆଜିର ଦିନରେ ତାଙ୍କର ମହତ୍ୱକୁ ଦର୍ଶା ଯାଇଛି । ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶକ ଭାନୁ ପ୍ରତାପ ସିଂଙ୍କ କହିବା ଅନୁସାରେ, ‘ଗାନ୍ଧୀ ମେମୋରେବିଲିୟା’ ଏକ ଡକ୍ୟୁମେଣ୍ଟ୍ରୀ ଫିଲ୍ମ ନୁହେଁ ନା ଗାନ୍ଧୀଜୀଙ୍କ ଜୀବନୀ । ଏହି ଫିଲ୍ମରେ ଆଧୁନିକ ସମାଜରେ ଗାନ୍ଧୀଜୀଙ୍କ ବିଚାରର ପ୍ରଭାବ ଏବଂ ପ୍ରାସଙ୍ଗିକତା ଉପରେ ଆଧାରିତ ।

ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଡାରିୟା କୋଶେଲେବାଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ ସେ ନିଜ ଜୀବନରେ ଘଟୁଥିବା ମହତ୍ୱପୂର୍ଣ୍ଣ ଘଟଣା କାରଣରୁ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ କିପରି ଗାନ୍ଧୀଙ୍କ ଅନୁଗାମୀ ହୋଇଯାଆନ୍ତି ତାହା ଦର୍ଶାଯାଇଛି ।