ବୁର୍ଲା ଭୀମସାରରେ ଜୁନିଅର ଡାକ୍ତର ସଂଘର ଆନ୍ଦୋଳନ: ଜରୁରୀ ସେବାକୁ ଛାଡ଼ି ଅନ୍ୟ ସବୁ ବନ୍ଦ

137

କନକ ବ୍ୟୁରୋ: ଆନ୍ଦୋଳନକୁ ଓହ୍ଲାଇଲା ଭୀମସାର ଜୁନିଅର ଡାକ୍ତର ସଂଘ ବା ଜେଡିଏ । କେବଳ ଜରୁରୀକାଳିନ ସେବାକୁ ବାଦ୍ ଦେଲେ ଅନ୍ୟ ସବୁ ସେବା ବନ୍ଦ କରିଛି ଜେଡିଏ । ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତି ତଳେ ଧାରଣା ଦେବା ସହ ନିଜ ଦାବିରେ ଜେଡିଏ ଅଟଳ ରହିଛି । ବୁର୍ଲା ଭୀମସାର ଅଧ୍ୟକ୍ଷାଙ୍କ ବଦଳି ସମେତ ବୁର୍ଲାକୁ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ, ସେଂଟ୍ରାଲ ଲାଇବ୍ରେରୀ ନିର୍ମାଣ, ସିସିଟିଭି ଲଗାଇବା ଭଳି ବିଭିନ୍ନ ଦାବି ନେଇ ଡାକ୍ତରୀ ଛାତ୍ରଛାତ୍ରୀ ସରକାରଙ୍କୁ ୭ଦିନର ମହଲତ ଦେଇଥିଲେ । ଏହି ମହଲତ ଶେଷ ହୋଇଥିବାରୁ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।