ଭାରତୀୟ ଜାତୀୟ କଂଗ୍ରେସ ଲାହୋର ଅଧିବେଶନରେ ଐତିହାସିକ ଆଇନ ଅମାନ୍ୟ ଆନ୍ଦୋଳନ ପନ୍ଥା ଗ୍ରହଣ କରିବା ପାଇଁ ଯୁଗାନ୍ତକାରୀ ସିଦ୍ଧାନ୍ତ ଗ୍ରହଣ କରିବାପରେ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ଗୈାରବ ମଣ୍ଡିତ ଅଧ୍ୟାୟ ଉନ୍ମୋଚିତ ହୋଇଥିଲା । ମହାତ୍ମାଗାନ୍ଧୀ ପୁନର୍ବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇ ଆଇନ ଅମାନ୍ୟ ଆନ୍ଦୋଳନକୁ ଆହୁରୀ ତୀବ୍ର କରିବା ସହ ଏହି ଆନ୍ଦୋଳନରେ କିପରି ଭାବରେ ଲୋକମାନେ ଅଧିକରୁ ଅଧିକ ଭାବରେ ଯୋଗଦେବେ ସେନେଇ ଭାରତର ଲୋକମାନଙ୍କୁ ଆହ୍ୱାନ କରିଥିଲେ । ମହାତ୍ମାଗାନ୍ଧି ଏହି ଆନ୍ଦୋଳନକୁ ଏକ ପ୍ରକାର ଅସହଯୋଗ ଆନ୍ଦୋଳନ ରୂପେ ପରିଗଣିତ କରିବା ପାଇଁ କହିଥିଲେ । ଗାନ୍ଧି  ଆନ୍ଦୋଳନକୁ ୨ ଥର ପ୍ରବର୍ତ୍ତନ କରିଥିଲେ । ପ୍ରଥମ ଥର ୧୯୩୦ ମସିହାରେ ଏହି ଆନ୍ଦୋଳନରେ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ତେଣୁ ଏହି ଆନ୍ଦୋଳନକୁ ଆଇନ ଅମାନ୍ୟ ଆନ୍ଦୋଳନରେ ନାମିତ କରାଗଲା । ତେବେ ଅନ୍ୟଟି ଥିଲା ୧୯୪୦ ମସିହାରେ । ଏହି ଆନ୍ଦୋଳନରେ କେବଳ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ତେଣୁ ଏହାକୁ କେହି କେହି ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ କୁହାଯାଏ ।

Advertisment

publive-imageଜଣେ ଦୂରଦ୍ରଷ୍ଟା ଜନନାୟକ ହିସାବରେ ଗାନ୍ଧିଜୀ ଏପରି ଏକ ଆନ୍ଦୋଳନପାଇଁ ଆହ୍ୱାନ ଦେବା ପୂର୍ବରୁ ଏହି ଆନ୍ଦୋଳନରେ ଯଥାର୍ଥତା ଅଛି କି ନାହିଁ ତାହା ଜାଣିବା ନିମନ୍ତେ ତତ୍କାଳୀନ ରାଜନୈତିକ ପରିସ୍ଥିତିକୁ ଗଭୀର ଭାବରେ ଅନୁଧ୍ୟାନ କରିଥିଲେ । ବିଭିନ୍ନ ଦିଗରୁ ପରୀକ୍ଷା- ନିରୀକ୍ଷା କରି ଏପରି ଏକ ଆନ୍ଦୋଳନର ଯଥାର୍ଥତା ରହିଛି ବୋଲି ତାଙ୍କର ଦୃଦୟଙ୍ଗମ ହୋଇଥିଲା । ସେ ଦେଖିଥିଲେ ଯେ ଇଂରେଜ ସରକାର କେବେ ହେଲେ ରାଜନୈତିକ ସମାଧାନ କରିବେ ନାହିଁ । ତେଣୁ ସେମାନଙ୍କ ସହ ଲଢିବା ପାଇଁ ଏହା କରାଯାଇଥିବା ଇତିହାସରୁ ସୂଚନା ମିଳିଛି । ତେବେ ଗାନ୍ଧିଜୀ ଭାରତର ଲୋକମାନଙ୍କୁ ଏକତ୍ରିତ କର କିପରି ଭାବରେ ଲୋକମାନେ ଇଂରେଜମାନଙ୍କ ବିରୋଧରେ ସରୋଉତ୍ତଳନ କରିବେ ଯେଉଁଥିରେ କି ସେମାନେ ଭାରତକୁ ସ୍ୱାଧୀନତା ଦେବେ ସେଥିପାଇଁ ଗାନ୍ଧିଜୀ ଅନେକ ବାଟ ମଧ୍ୟ ଅତିକ୍ରମ କରିଥିଲେ । ଇଂରେଜମାନେ ଭାରତରେ ଯେଉଁ ଆଇନ ବା ନିୟମ ପ୍ରଣୟନ ଇଂରେଜମାନେ କରୁଥିଲେ ତାହାକୁ କିପରି ଭାବରେ ଦୂର କରାଯିବ ତାହାହିଁ ଗାନ୍ଧିଜୀଙ୍କର ମୁଖ୍ୟ ଚିନ୍ତାଧାରା ଥିଲା ।

ମୁଖ୍ୟତଃ କହିବାକୁ ଗଲେ ସାରା ଭାରତରେ ଗାନ୍ଧିଜୀ ଏକ ଆନ୍ଦୋଳନର ଡାକରା ଦେଇଥିଲେ ଯେଉଂଥିରେ କି ଅନେକ ଲୋକ ଗାନ୍ଧିଙ୍କ ଆନ୍ଦୋଳନ ଡାକରାରେ ସାମିଲ ହୋଇ ଭାରତର ସ୍ୱାଧୀନତା ପାଇଁ ଇଂରେଜମାନଙ୍କ ସହ ଆନ୍ଦୋଳନ କରିଥିଲେ । କେବଳ ଏତିକି ନୁହେଁ ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ୧୯୩୦ ମସହା ମାର୍ଚ୍ଚ ୧୬ ତାରିଖରେ ବାଲେଶ୍ୱରରେ ଆୟୋଜିତ ଏକ ବୈଠକରେ ମିଳିତ ହୋଇ ଓଡିଶାରେ ଲବଣ ସତ୍ୟାଗ୍ରହ କରାଯାଇ ଥିବା ଜଣାପଡେ । ଏହି ଗଣଆଇନ ଅମାନ୍ୟ ଆନ୍ଦୋଳନରେ ଅନେକ ଲୋକ ଗିରଫ ହୋଇଥିବା ମଧ୍ୟ ଜଣାପଡେ । ତେବେ ଇଂରେଜମାନଙ୍କ ବିପକ୍ଷରେ ଗାନ୍ଧି ଯେଉଁ ଆନ୍ଦୋଳନ କିରିଥିଲେ ତାହା ଶତପ୍ରତିଶତ ସଫଳ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ମାନେ କହନ୍ତି ।