କନକ ବ୍ୟୁରୋ : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ତାରିଖ ଓ ପରୀକ୍ଷା ଫି ପ୍ରଦାନ ତାରିଖ ଘୁଂଚାଯାଇଛି । କରୋନା ସଂକ୍ରମଣ ପାଇଁ ବିଟେକ୍ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷାର ଅନଲାଇନ୍ ଆବେଦନକୁ ଜୁନ୍ ୩୦ ତାରିଖ ଯାଏ ବଢାଯାଇଛି ।
ସେହିପରି ଜୁଲାଇ ୫ ତାରିଖ ଯାଏ ଆବେଦନକାରୀ ମାନେ ଅନଲାଇନରେ ପ୍ରବେଶିକା ଫି ପେମେଂଟ୍ କରିପାରିବେ । କରୋନା ସଂକ୍ରମଣ ଜନିତ ପରିସ୍ଥିତିକୁ ଦେଖି ଜୁନ୍ ୩୦ ପରେ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/ojee-618x430.jpg)