ଘୁଞ୍ଚିଲା ଓଡ଼ିଶା ଜେଇଇ ପରୀକ୍ଷା : ପରବର୍ତୀ ସମୟରେ ପ୍ରକାଶ ପାଇବ ତାରିଖ

174

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ ରାଜ୍ୟ ସରକାର ଓଡ଼ିଶା-ଜେଇଇ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତି ସମୟରେ ଏହି ପରୀକ୍ଷା ପାଇଁ ନୂଆ ତାରିଖ ପ୍ରକାଶ ପାଇବ ।

ତେବେ ସାଧାରଣ ଭାବରେ ନିଟ୍ ଓ ଜେଇଇ ମେନ ପରୀକ୍ଷା ପରେ ଓଜେଇଇ ପରୀକ୍ଷା ହୁଏ । କିନ୍ତୁ ଚଳିତମାସରେ ଏହି ପରୀକ୍ଷା ହେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ବି କରୋନା ପାଇଁ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ତେବେ ପରିବର୍ତିତ ତାରିଖ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ସୂଚନା ମିଳିଛି  । ଏହି ପରୀକ୍ଷା ପାଇଁ ରାଜ୍ୟର ବିଭିନ୍ନ ସହରରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ରାଜ୍ୟ ବାହାରେ ଥିବା ୩ଟି ପରୀକ୍ଷା କେନ୍ଦ୍ର ହେଲା କୋଲକତା, ରାଞ୍ଚି ଓ ପାଟନା ।

କିଛିଦିନ ପୂର୍ବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସର୍ବଭାରତୀୟ ସ୍ତରରେ ଜେଇଇ(ମୁଖ୍ୟ) ପରୀକ୍ଷା ଆୟୋଜନ କରାଯାଇଥିଲା । ବିଭିନ୍ନ କୋବିଡ କଟକଣା ପାଳନ କରି ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ପରୀକ୍ଷା ଆୟୋଜନ କରାଯାଇଥିଲା । ଗତ ସେପ୍ଟେମ୍ବର ୧ର ଆରମ୍ଭ ହୋଇଥିବା ଏହି ପରୀକ୍ଷା ୬ ତାରିଖରେ ସମାପ୍ତ ହୋଇଥିଲା ଓ ଏହାର ଫଳାଫଳ ୧୧ ତାରିଖରେ ପ୍ରକାଶ ପାଇବ ।