କନକ ବ୍ୟୁରୋ : ଭ୍ରାମ୍ୟମାଣ ପାଠାଗାରରେ ପାଠପଢା । ଏମିତି ଏକ ପ୍ରୟାସ କରିଛନ୍ତି ଦୁଇ ବନ୍ଧୁ ଅକ୍ଷୟ ରାଉତରାୟ ଓ ଶତାବ୍ଦୀ ମିଶ୍ର । ଏହି ଦୁଇ ବନ୍ଧୁ ଗତ ୮ ବର୍ଷରେ ୫ଟି ପର୍ଯ୍ୟାୟରେ ଓଡ଼ିଶା ବ୍ୟତୀତ ଦେଶର ୨୦ଟି ରାଜ୍ୟରେ ଗାଡିରେ ବହି ରଖି ଭ୍ରାମ୍ୟମାଣ ପାଠାଗାର ଜରିଆରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଯାତ୍ରା କରିଛନ୍ତି ୩୫ ହଜାର କିଲୋମିଟର । ଶନିବାର ଭୁବନେଶ୍ୱର ପାଇଁ ପୁଣି ଏକ ଗ୍ରୀନ୍ ଅଟୋରେ ଭ୍ରାମ୍ୟମାଣ ପାଠାଗାର ପ୍ରଚଳନ କରିଛନ୍ତି । ଏହାକୁ ଉଦ୍ଘାଟନ କରିଥିଲେ ଲେଖିକା ସୁସ୍ମିତା ବାଗଚୀ ।

Advertisment