କନକ ବ୍ୟୁରୋ : ଦୁଇ ଦିନ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ । ଆଜି ପ୍ରଥମ ମୌସୁମୀ ବର୍ଷାରେ ଭିଜିଛି ମାଲକାନଗିରି ଜିଲ୍ଲାର କିଛି ଅଂଚଳ । ୨୪ ଘଂଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଦିନକ ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ମୌସୁମୀ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ତେବେ ଦକ୍ଷିଣ ଭାରତରେ ସକ୍ରିୟ ରହିଥିବା ମୌସୁମୀ ବାୟୁ ମହାରାଷ୍ଟ୍ର, ଛତିଶଗଡ଼ ଦେଇ ଓଡ଼ିଶାରେ ପହଁଚିଛି ।
୧୦ ତାରିଖରେ ଆକଳନ କରାଯାଉଥିବା ବେଳେ ମୌସୁମୀ ଦୁଇ ଦିନ ପୂର୍ବରୁ ପହଁଚି ଯାଇଛି । ଆଜି ଦୁଇ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ର ଓ ଛତିଶଗଡ଼ ଦେଇ ମାଲକାନଗିରି ସୀମାରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଫଳରେ ମୌସୁମୀ ବର୍ଷାର ପ୍ରଥମ ସ୍ପର୍ଶ ପାଇଛନ୍ତି ମାଲକାନଗିରିବାସୀ ।
ପାଣିପାଗ ବିଭାଗ ଆକଳନ କରୁଛି, ୨୪ ଘଂଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ରଜ ପୂର୍ବରୁ ସାରା ଓଡ଼ିଶାରେ ମୌସୁମୀ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/Photo-01000302.jpg)