କନକ ବ୍ୟୁରୋ: ପୁଅର ଅଚାନକ ମୃତ୍ୟୁ ପରେ ରାସ୍ତା ଉପରେ ବିକଳ ହୋଇ କାନ୍ଦୁଛି ମା’ । ଯିଏ ଯେତେ ବୁଝେଇଲେ ବି ମା’ ବୁଝିବାକୁ ନାରାଜ । ବୁଝିବ ବା କେମିତି । ୧୭ ବର୍ଷର୍ର ପୁଅ ଅଭିଜିତ୍ ଦାସ ଢେଙ୍କାନାଳ ସରକାରୀ ଆଇଟିଆଇ ଶିକ୍ଷାକେନ୍ଦ୍ରରେ ପାଠପଢୁଥିଲେ । ପ୍ରାର୍ଥନା ସଭାରେ ଛିଡା ହୋଇଥିବା ବେଳେ ଅଚାନକ ଟଳିପଡ଼ିଥିଲେ । ହଠାତ୍ ଅସୁସ୍ଥ ହେବା କାରଣରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ ନିଆଯାଇଥିଲା । ଆଉ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲୋ । ଯାହା ପୁରା ଶିକ୍ଷାନୁଷ୍ଠାନ ସହ ତାଙ୍କ ପରିବାରରେ ଶୋକର ମାହୋଲ ସୃଷ୍ଟି କରିଥିଲା । ମା’ ଶୁଣିବା ପରେ ତାଙ୍କ ପାଦତଳୁ ମାଟି ଖସିପଡ଼ିଥିଲା । ପୁଅକୁ ହରାଇ ଅଧର୍ଯ୍ୟ ହୋଇପଡ଼ିଥିଲେ ମା’ । ମେଡ଼ିକାଲ ରାସ୍ତାରେ କାନ୍ଦିକାନ୍ଦି ଗଡ଼ିଯାଉଥିବାର ଦୃଶ୍ୟ ବେଶ ହୃଦୟବିଦାରକ ଥିଲା । ହଠାତ୍ ପୁଅ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥିଲେ ମା’ ।
ମୃତ ଛାତ୍ର ଜଣଙ୍କ ହଷ୍ଟେଲରେ ରହୁଥିଲେ । ପୂର୍ବରୁ ହଷ୍ଟେଲ କିମ୍ବା ଟ୍ରେନିଙ୍ଗ ସେଣ୍ଟରରେ ତାଙ୍କ ଠାରେ ଏଭଳି ଲକ୍ଷଣ କେବେ ଦେଖିବାକୁ ମିଳିନଥିଲା । ସବୁଦିନ ଭଳି ଆଇଟିଆଇ ଶିକ୍ଷାକେନ୍ଦ୍ରକୁ ପାଠପଢିବାକୁ ଆସିଥିଲେ ଅଭିଜିତ୍ । କିନ୍ତୁ ହଠାତ୍ ଅଭିଜିତଙ୍କ ଏଭଳି ମୃତ୍ୟୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ତାଙ୍କ ମୃତ୍ୟୁ ଗାଁ ଓ ଶିକ୍ଷାନୁଷ୍ଠାନରେ ଏକ ପ୍ରକାର ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଆଉ ଅଭିଜିତ୍ଙ୍କୁ ଖୋଜୁଛନ୍ତି ତାଙ୍କ ସହପାଠୀ ଓ ପରିବାର ।
ଅଭିଜିତ ଜଣେ ଶାନ୍ତ, ସରଳ ଓ ମେଧାବୀ ଛାତ୍ର ଥିଲେ । ସବୁଦିନ ଭଳି ସାଙ୍ଗମାନଙ୍କ ସହ ହସଖୁସିରେ ଶିକ୍ଷାନୁଷ୍ଠାନକୁ ଯାଇଥିଲେ । କିନ୍ତୁ କିଏ ଜାଣିଥିଲା ଅଚାନକ ତାଙ୍କୁ ମୃତ୍ୟୁ ଅପେକ୍ଷା କରି ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/16-12.jpg)