କନକ ବ୍ୟୁରୋ: ରାଜସ୍ଥାନ ସକିର ଜିଲ୍ଲାର ନିମକାଥିନା ଅଞ୍ଚଳରେ ବିଲମ୍ବିତ ରାତିରେ ଖନନ ବେଳେ ବଡ ଦୁର୍ଘଟଣା ଘଟିଛି । ଏଠାରେ ଖନନ ଚାଲିଥିବାବେଳେ ପାହାଡର ବଡ ଖଣ୍ଡ ଖସିବା ଯୋଗୁ ଦୁର୍ଘଟଣା ଘଟିଛି । ଏହି ଘଟଣା ପରେ ତଳେ ଥିବା ଗାଡି ଏବଂ କାମ କରୁଥିବା ଶ୍ରମିକ ମାଟି ତଳେ ଚାପିହୋଇଯାଇଛନ୍ତି । ନିମକାଥିନା ପୋଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ୩ ଜଣ ଶ୍ରମିକ ମାଟିତଳେ ଚାପି ହୋଇରହିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଶବ ଉଦ୍ଧାର ହୋଇଥିବା ବେଳେ ଜଣେ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Advertisment

ପୋଲିସର ସୂଚନା ଅନୁସାରେ ପାଟନ ଅଞ୍ଚଳର ରେଲା ଗାଁରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ଦିଲପୁରା ଅଞ୍ଚଳର ସୁଭାଷ ଗୁର୍ଜର ଏବଂ ଭରତପୁର ଗାଁର ରବି ମେଘୱାଲ । ଉଭୟଙ୍କ ଶବକୁ ପୋଲିସ ସୁରକ୍ଷିତ ରଖିଥିବା ବେଳେ ପରିବାର ସଦସ୍ୟ ଆସିବା ପରେ ଏହାକୁ ହସ୍ତାନ୍ତର କରାଯିବ । ତେବେ ଘଟଣାସ୍ଥଳରେ ବର୍ତ୍ତମାନ ପଥର ହଟାଇବା ସହ ତଳେ ଦବିରହିଥିବା ଗାଡି ଏବଂ ଯନ୍ତ୍ରାଂଶକୁ ବାହାରକରିବା ପାଇଁ ପ୍ରକ୍ରିୟା ଚାଲିଛି । ଉଦ୍ଧାର କାର୍ଯ୍ୟ ଶେଷ ପରେ ସ୍ପଷ୍ଟ ହେବ ମାଟି ତଳେ କେତେଜଣ ରହିଛନ୍ତି ।