ଅପେକ୍ଷାରେ ଓଡ଼ିଶା । କାଠମାଣ୍ଡୁରେ ପହଁଚିଲା କଳ୍ପନାଙ୍କ ମରଶରୀର, ପରିବାରକୁ ହସ୍ତାନ୍ତର ପରେ ଓଡ଼ିଶା ଆସିବ ପାହାଡ଼ ରାଣୀଙ୍କ ପ୍ରାର୍ଥିବ ଶରୀର ।

440

କନକ ବ୍ୟୁରୋ: ଧିରେ ଧିରେ ପ୍ରତୀକ୍ଷାର ଅନ୍ତ ହେବାରେ ଲାଗୁଛି । କାରଣ ଓଡ଼ିଆ ଝିଅ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି । ସୂଚନା ମୁତାବକ ଗୁରୁବାର ତାଙ୍କ ମରଶରୀରକୁ ବେସ୍ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କାଠମାଣ୍ଡୁକୁ ଅଣାଯାଇଛି । ସେଠାରେ କଳ୍ପନାଙ୍କ ପ୍ରାର୍ଥିବ ଶରୀରକୁ ପରିବାରକୁ ହସ୍ତାନ୍ତର କରାଯିବା ପରେ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ ଅନେକ କ୍ରୀଡ଼ାବିତଙ୍କ ଆଦର୍ଶ ପାଲଟିଥିବା ପର୍ବତ ଆରୋହଣକାରୀ କଳ୍ପନାଙ୍କ ମୃତ୍ୟୁ ଗତ ଗୁରୁବାର ଦିନ ମିଳିଥିଲା । ଯାହାକୁ ସମଗ୍ର ଖବର ଓଡ଼ିଶା କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଥିଲା। ସେ ଦ୍ୱିତୀୟଥର ଲାଗି ଏଭରେଷ୍ଟ ଆରୋହଣ କରି ଫେରୁଥିବା ବେଳେ ପ୍ରାଣ ହରାଇଥିବା ଖବର ପ୍ରଚାରିତ ହୋଇଥିଲା। କଳ୍ପନା ପୂର୍ବରୁ ୨୦୦୪ ଓ ୨୦୦୬ରେ ଏଭରେଷ୍ଟ ଆରୋହଣରେ ବିଫଳ ହୋଇଥିଲେ ମଧ୍ୟ ୨୦୦୮ ମେ ୨୧ରେ ନିଜ ସ୍ବପ୍ନକୁ ସାକାର କରିଥିଲେ। ଏବଂ ଓଡ଼ିଶାର ପ୍ରଥମ ପର୍ବତାରୋହୀ ଭାବେ ସେ ଏଭରେଷ୍ଟ ଆରୋହଣ କରିଥିଲେ।