କନକ ବ୍ୟୁରେ : ପର୍ବତାରୋହଣ ବେଳେ ପର୍ବତାରୋହୀଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲାର ସର୍ବକନିଷ୍ଠ ପର୍ବତାରୋହି ଲାଲୁ ପ୍ରସାଦ ଭୋଇ ମନାଲି ପର୍ବତରୁ ଓହ୍ଳାଇବା ବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ଜଣା ପଡିବା ପରେ କଳାହାଣ୍ଡି ଜିଲ୍ଲାରେ ଶୋକରଛାୟା ଖେଳିଯାଇଛି ।
ରୁପ୍ରା ଗାଁର ବଳଦେବ ଭୋଇଙ୍କ ପୁଅ ଲାଲୁ ଏଭେରେଷ୍ଟ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ସହ ଏହି ପର୍ବତାରୋହଣରେ ଯାଇଥିଲେ । ସେ ମନାଲିର ଏକ ଟ୍ରାକିଂ କ୍ୟାମ୍ପରେ ଯୋଗଦେଇ ଯୋଗବ୍ୟାସଙ୍କ ସହ ପର୍ବତାରୋହଣ କରିଥିଲେ । ପର୍ବତରୁ ଓହ୍ଲାଇବା ସମୟରେ ବାଟରେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମନାଲି ମେଡିକାଲକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ସର୍ବ କନିଷ୍ଠ ପର୍ବତାରୋହି ଭାବେ ଜିଲ୍ଲା ପାଇଁ ବେଶ ଗୌରବ ଆଣିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-23-at-11.15.38-AM.png)