କ୍ୟାମେରାରେ କଏଦ୍ ହେଲା ମୃତ୍ୟୁର ଲାଇଭ୍ ଦୃଶ୍ୟ ! ଗରବା ନୃତ୍ୟ କରୁ କରୁ ଚାଲିଗଲା ଯୁବକଙ୍କ ଜୀବନ ।

1,064

ଜୀବନ ଏକ ରଙ୍ଗମଞ୍ଚ ଏବଂ ସମ୍ପୁର୍ଣ୍ଣ ଜନମାନସ ହେଉଛି ଗୋଟିଏ ଗୋଟିଏ କାଠ କଣ୍ଢେଇ ଯାହାର ଡୋର ଉପରେ ବସିଥିବା ସୁପ୍ରିମ୍ ଡାଇରେକ୍ଟର (ଭଗବାନ)ଙ୍କ ହାତରେ ରହିଛି । ଦିବଙ୍ଗତ ଅଭିନେତା ରାଜେଶ୍ ଖାନ୍ନା ଅଭିନୀତ ସିନେମା ‘ଆନନ୍ଦ’ ର ଚର୍ଚ୍ଚିତ ଡାଇଲଗ୍ ଗୁଜୁରାଟ୍ ରୁ ରାଜସ୍ତାନର ମାଉଣ୍ଟ୍ ଆବୁ ବୁଲିବାକୁ ଆସିଥିବା ଜଗଦୀସ୍ ଙ୍କ ପାଇଁ ସତ ସାବ୍ୟସ୍ତ ହୋଇଯାଇଛି । ସାଙ୍ଗମାନଙ୍କ ସହ ହସି ହସି ନାଚୁଥିବା ବେଳେ ତାଙ୍କ ଜୀବନ ଚାଲିଯାଇଥିଲା ଏବଂ ଶେଷ ମୁହୂର୍ତ୍ତର କିଛି ସମୟ କ୍ୟାମେରାରେ କଏଦ୍ ହୋଇଯାଇଥିଲା ।

 

ମୃତକ ଜଗଦୀଶ୍ ଙ୍କ ବନ୍ଧୁ କାନ୍ଦି କାନ୍ଦି କୁହନ୍ତି ବୁଲିବାକୁ ଆସିଥିବାରୁ ଆମେ ହୋଟେଲ୍ ଖାଇବା ପାଇଁ ଯାଇଥିଲୁ । ସେଠାରେ ଗରବା କାର୍ଯ୍ୟକ୍ରମ ଚାଲିଥିବା ଦେଖିଲୁ ଏବଂ ପ୍ରଥମେ ଗରବା ନୃତ୍ୟ କରିବା ପାଇଁ ଚାଲିଗଲୁ । କିନ୍ତୁ ଏହି ନୃତ୍ୟ ଯେ ବନ୍ଧୁ ପାଇଁ କାଳ ସାଜିବ ତାହା ଜାଣିନଥିଲୁ । ଗରବା କରୁକରୁ ଜଗଦୀଶ୍ ଅଚାନକ ତଳେ ପଡିଗଲା ଏବଂ ତା ମୁହଁରୁ ରକ୍ତ ବାହାରିବାକୁ ଲାଗିଥିଲା । ତାକୁ ଆମେ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଯାଇଥିଲେ ମଧ୍ୟ ଡାକ୍ତର ଜଗଦୀଶ୍ କୁ ଦେଖୁ ଦେଖୁ ମୃତ ଘୋଷଣା କରିଦେଲେ ।

ସୂଚନା ଅନୁସାରେ ,ଗୁଜୁରାଟର ସୁରତ୍ ରେ ୬ ଜଣ ସାଙ୍ଗ ନିଜ ପରିବାର ସହ ରବିବାର ମାଉଣ୍ଟ୍ ଆବୁ ବୁଲିବାକୁ ଯାଇଥିଲେ । ଏଠାରେ ତାଙ୍କୁ ୨ ଦିନ ପାଇଁ ବୁଲିବାର ଥିଲା । ଭଲଭାବରେ ବୁଲାବୁଲି କରିବା ପରେ ସମସ୍ତେ ହୋଟେଲ୍ ଫେରିଥିଲେ ଏବଂ ଫ୍ରେସ୍ ହୋଇ ଖାଇବା ପାଇଁ ଯାଇଥିଲେ । କିନ୍ତୁ ହୋଟେଲ୍ ନବରାତ୍ରୀ ପାଇଁ ଗରବା ନୃତ୍ୟର ଆୟୋଜନ ହୋଇଥିବାରୁ ସମସ୍ତେ ପ୍ରଥମେ ଗରବା ଡ୍ୟାନ୍ସ କରିଥିଲେ । କିଛି ସମୟ ଡ୍ୟାନ୍ସ କରିବା ପରେ ଜଣେ ସାଙ୍ଗ ଜଗଦୀଶ୍ ଭାଇ ହଠାତ୍ ତଳେ ପଡିଯାଇଥିଲେ ଏବଂ ତାଙ୍କ ପାଟିରୁ ରକ୍ତ ବାହାରିଥିଲା । ଡାକ୍ତରଖାନା ନେଲାବେଳେ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।