କନକ ବ୍ୟୁରୋ : ସିଲଭର ସିଟି କଟକରେ ହେବ ୨୧ତମ କମନୱେଲଥ୍ ଟେବୁଲ ଟେନିସ ଚାମ୍ପିୟନସିପ । ଆସନ୍ତା ୧୭ରୁ ୨୨ ଜୁଲାଇ ମଧ୍ୟରେ କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତା ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ସହ ଟିଟି ଫେଡେରେସନ ଅଫ୍ ଇଣ୍ଡିଆ ଓ ରାଜ୍ୟ ଟିଟି ଆସୋସିଏସନ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି ।
Glimpses of the signing of the MoU between Odisha Government, Table Tennis Federation of India & Odisha State Table Tennis Association to host the 21st Commonwealth Table Tennis Championship 2019, in Cuttack scheduled to be held from July 17.#Odisha2019#CTTCOdisha2019#SmashItpic.twitter.com/zHFtRKYzLl
— Odisha Sports (@sports_odisha) July 1, 2019
ଏହି ପ୍ରତିଯୋଗିତାରେ ୧୪ଟି ଦେଶ ଅଂଶଗ୍ରହଣ କରିବେ । ଏଭଳି ସମ୍ମାନଜନକ ପ୍ରତିଯୋଗିତାରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟି ଆସୋସିଏସନକୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ କହିଛନ୍ତି ଏଭଳି ପ୍ରତିଯୋଗିତାର ଆୟୋଜନ କରିବା ଆମ ପାଇଁ ଗୌରବର ବିଷୟ । ରାଜ୍ୟରେ କ୍ରୀଡାର ବିକାଶ କ୍ଷେତ୍ରରେ ଏହା ସହାୟକ ହେବ ବୋଲି କହିଛନ୍ତି ନବୀନ । ଉଭୟ ରାଜ୍ୟ ଓ ଦେଶର ଖେଳାଳି ମାନେ ଏବେ ଟେବୁଲ ଟେନିସରେ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି । ତେଣୁ ଏହି ପ୍ରତିଯୋଗିତା ଭାରତୀୟ ଖେଳାଳିଙ୍କୁ ନୂଆ ଅନୁଭୂତି ଦେବ । ହୋମଗ୍ରାଉଣ୍ଡରେ ଏହି ପ୍ରତିଯୋଗିତା ହେଉଥିବାରୁ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।