ପାରାଦୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ । ଇଡକୋ ଓ ଆଇଓସିଏଲ ମଧ୍ୟ ସ୍ୱାକ୍ଷାରିତ ହେଲା ଏମଓୟୁ ।

136

କନକ ବ୍ୟୁରୋ: ପାରାଦୀପ ଠାରେ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ନିର୍ମାଣ ପାଇଁ ଇଣ୍ଡିଆନ ଅଏଲ ଓ ଇଡକୋ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପାରାଦୀପରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ପ୍ରକଳ୍ପର ବ୍ୟୟ ଅଟକଳ ୧୦୬ କୋଟି ଟଙ୍କା ରଖାଯାଇଛି ।

୧୨୦ ଏକର ଜମିରେ ଏହି ପାର୍କ ନିର୍ମାଣ ହେବ । ଡାଉନଷ୍ଟ୍ରିମ ପ୍ଲାଷ୍ଟିକ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହେବ ଏହି ପ୍ଲାଷ୍ଟିକ ପାର୍କ । ପାରାଦୀପ ବିଶୋଧନାଗାର କମ୍ପେ୍ଲକ୍ସରୁ ଉତ୍ପାଦିତ ପୋଲିପ୍ରୋପିଲିନ ଓ ଇଥାଇଲିନର ବ୍ୟବହାର ହେବ । ପ୍ଲାଷ୍ଟିକର ଆମଦାନୀ ହ୍ରାସ କରିବାରେ ଏହା ସାହାଯ୍ୟ କରିବା ସହ ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହିତ କରିବ । ସେହିପରି ଓଡିଶାରେ ସାମାଜିକ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ।