କନକ ବ୍ୟୁରୋ: କ୍ୟାନସର ରୋଗର ଚିକିତ୍ସା ପାଇଁ ଆଜି ଟାଟା ମୋମୋରିଆଲ ଟ୍ରଷ୍ଟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଦ୍ୱାରା ୫ ବର୍ଷ ମଧ୍ୟରେ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ କେମୋ ଥେରାପି ଭଳି ଚିକିତ୍ସା ମିଳିବ । ଟାଟା ଟ୍ରଷ୍ଟ ଭୁବନେଶ୍ୱରରେ କ୍ୟାନସର ଡାକ୍ତରଖାନା ବି ଖୋଲିବ । ରାଜ୍ୟରେ କ୍ୟାନସର ରୋଗୀଙ୍କୁ ଯେଭଳି ସହଜରେ ଚିକିତ୍ସା ମିଳିବ ଓ ରୋଗୀ ବାହାରକୁ ନ ଯିବେ ସେଥିପାଇଁ ସବୁ ଜିଲ୍ଲା ସହ ନେଟୱର୍କ ପ୍ରତିଷ୍ଠା ହେବ ।
କଟକରେ ଥିବା ଆଚାର୍ଯ୍ୟ ହରିହର ଆଂଚଳିକ କ୍ୟାନସର ସେଂଟରକୁ କ୍ୟାନସର କେଆର ହସପିଟାଲ ଭାବେ ଅପଗ୍ରେଡ କରାଯିବ । ରାଜ୍ୟର କିଛି ସ୍ୱତନ୍ତ୍ର ମେଡିକାଲ କଲେଜରେ କ୍ୟାନସର ରୋଗ ଚିକିତ୍ସା ପାଇଁ ସ୍ୱତନ୍ତ୍ର ସୁବିଧା ଦିଆଯିବ । କିଛି ଜିଲ୍ଲା ହସପିଟାଲରେ କେମୋଥେରାପି ଓ ରେଡିଓଥେରାପି ସେବା ମିଳିବ । ଆଜି ସଚିବାଳୟରେ ବୁଝାମଣାପତ୍ର ସ୍ୱାକ୍ଷର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ମୁଖ୍ୟ ରତନ ଟାଟା ଉପସ୍ଥିତ ଥିଲେ । ରାଜ୍ୟରେ ପ୍ରତିବର୍ଷ ୬୭ ହଜାର ୮ ଶହ କ୍ୟାନସର ମାମଲା ସାମ୍ନାକୁ ଆସୁଛି । ଅଧିକାଂଶ ମାମଲା ତମାଖୁ ଓ ମଦ ଯୋଗୁଁ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-06-19h23m09s805.png)
/kanak/media/post_attachments/wp-content/uploads/2018/05/vlcsnap-2018-05-06-19h22m55s254-300x240.png)