କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ମୋଟୁ ଥାନା ଆଇଆଇସି । ଆଇଆଇସି ସୁଶାନ୍ତ ସାହୁଙ୍କୁ ଧରିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁଯାୟୀ, ମାଲକାନଗିରି ମୋଟୁରୁ ନିଜ ଘର କଟକ ଫୁଲନଖରା ଯାଉଥିବା ସମୟରେ ଖୋର୍ଦ୍ଧା ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଛି । ୨ ଲକ୍ଷ ୮୦ ହଜାର ଟଙ୍କା ନେଇ ଯାଉଥିଲେ ଆଇଆଇସି ସୁଶାନ୍ତ କୁମାର ସାହୁ ।
ତେବେ ଆଇଆଇସି ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ତାଙ୍କୁ ଭିଜିଲାନ୍ସ ପ୍ରଶ୍ନ କରିଥିଲା । ଏବଂ ଏହି ପ୍ରଶ୍ନର ଉତ୍ତରରେ କୌଣସି ବିଶ୍ୱାସଜନକ ଉତ୍ତର ଦେଇପାରିନଥିଲେ ମୋଟୁ ଥାନା ଅଧିକାରୀ । ତେବେ ଆଇଆଇସିଙ୍କ କଟକରେ ଥିବା ଦୁଇଟି ଘର ସମେତ ମୋଟୁ ଥାନାରେ ଚଢାଉ କରିଛି ଭିଜିଲାନ୍ସ । ସୁଶାନ୍ତ ସାହୁଙ୍କୁ ବର୍ତ୍ତମାନ ସମୟରେ ଅଧିକ ପଚରାଉଚରା ମଧ୍ୟ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/18-28.jpg)