ସଡକ ଦୂର୍ଘଟଣାକୁ ରୋକିବା ପାଇଁ ସରକାର ମଟର ହ୍ୱିକଲ୍ ବିଲ୍ ୨୦୧୯ ରେ ସଂଶୋଧନ ଆଣିଛନ୍ତି । ଗତକାଲି ଏହି ବିଲ୍ ରାଜ୍ୟସଭାରେ ପାସ୍ ହୋଇଯାଇଛି । ଆପଣଙ୍କୁ କହିରଖୁଛୁ ଏହି ବିଲକୁ ଜୁଲାଇ ୨୩ ତାରିଖରେ ଲୋକସଭାରେ ପାସ୍ କରାଯାଇଥିଲା । ଏଥିରେ ଗାଡି ଚଲାଉଥିବା ସମୟରେ ମୋବାଇଲ୍ ଫୋନର ବ୍ୟବହାର , ନିଶାସକ୍ତ ଅବସ୍ଥାରେ ଗାଡି ଚଲାଇବା , ରେଡ୍ ଲାଇଟ୍ ପାର୍ କରିବା , ଓଭର୍ ଟେକିଙ୍ଗ ଏବଂ ଦ୍ରୁତଗତିରେ ଗାଡି ଚଲାଇବା ଏବଂ ସଡକର ଗମ୍ଭୀର ଅବସ୍ଥା ସାମିଲ୍ ରହିଛି । ଆପଣଙ୍କୁ କହିରଖୁଛୁ ଏହି ବିଲ୍ ୨୦୧୭ ଏପ୍ରିଲରେ ଲୋକସଭାରେ ପାସ୍ ହୋଇଥିଲା । କିନ୍ତୁ ରାଜ୍ୟସଭାରେ ମଧ୍ୟ ଏହି ବିଲକୁ ସବୁଜ ସଂକେତ ମିଳିନଥିଲା । ତେବେ ପୁଣିଥରେ କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଏହି ବିଲ୍ କୁ ପଇଠ କରିଛନ୍ତିି । ତେବେ ଜାଣନ୍ତୁ କେଉଁ ଟ୍ରାଫିଲ୍ ନିୟମ ଭାଙ୍ଗିଲେ ଆପଣଙ୍କୁ କେତେ ଜରିମାନା ଦେବାକୁ ପଡିବ ।
ନାବାଳକକୁ ବାହନ ଦେବା :
ଖାଲି ସେତିକି ନୁହେଁ, ୧୮ ବର୍ଷରୁ କମ୍ ପିଲାଙ୍କ ଯଦି ଗାଡି ଚଲାଇବା ସମୟରେ କୌଣସି ଅପରାଧ ତଥା ଦୁର୍ଘଟଣା ଘଟାନ୍ତି ତେବେ ଏଥିପାଇଁ ମାଲିକ -ଅଭିଭାବକଙ୍କୁ ଦୋଷୀ କରାଯିବ । ଏପରିକି ୩ ବର୍ଷ କାଳ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା ମଧ୍ୟ ଲଗାଯିବ । ଏଥିସହିତ ହିଁ ରେଜିଷ୍ଟ୍ରେସନ ବି ରଦ୍ଦ କରିଦିଆଯିବ । ନାବାଳକକୁ ୨୫ ବର୍ଷ ହେବା ପର୍ଯ୍ୟନ୍ତ ଡିଏଲ୍ ମିଳିବ ନାହିଁ । ନାବାଳକ ବିରୁଦ୍ଧରେ କିଶୋର ନ୍ୟାୟ ଆକ୍ଟ ୨୦୦୦ ଅନୁସାରେ ମୋକଦ୍ଦମା ଚାଲିବ । ବିଲରେ ୪ ବର୍ଷରୁ ଅଧିକ ବୟସର ପିଲାଙ୍କୁ ବି ହେଲମେଟ୍ ଲଗାଇବା ବାଧ୍ୟତାମୂଳକ ହେବ । ନୂଆ ବିଲରେ ଡ୍ରାଇଭିଙ୍ଗ୍ ରେ ଭୁଲ୍ କଲେ ପୂର୍ବପେକ୍ଷା ୫ ରୁ ୩୦ ଗୁଣ ଅଧିକ ଜରିମାନା ବଢିଯିବ । ଦୁଇଚକିଆ ବାହନରେ ଓଭରଲେଣ୍ଡିଙ୍ଗ୍ କରିବା ଦ୍ୱାରା ୧୦୦ ଟଙ୍କା ବଦଳରେ ୩ ହଜାର ଟଙ୍କା ଜରିମାନା ଲାଗିବ ।
ନିଶାସକ୍ତ ଅବସ୍ଥାରେ ଗାଡି ଚଲାଇବା : ଏବେ ୨ ହଜାର ଏବଂ ନୂଆ ଆକ୍ଟରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ ଏହାସହ ଜେଲ୍ ମଧ୍ୟ ଯିବାକୁ ପଡିପାରେ ।
ହିଟ୍ ଆଣ୍ଡ୍ ରନ୍ : ଏଭଳି କେସରେ ଯଦି ପୀଡିତ ଗୁରୁତର ହୋଇଛନ୍ତି ତେବେ ଚାଳକଙ୍କ ଉପରେ ୧୨,୫୦୦ ଏବଂ ପୀଡିତଙ୍କ ମୃତ୍ୟୁ ହେବା ପରେ ୨୫ ହଜାର ଟଙ୍କାର ଜରିମାନା ଲାଗିବ । ସିଟ୍ ବେଲ୍ଟ ନ ଲଗାଇ ଗାଡି ଚଲାଇବା ଏବଂ ବିନା ହେଲମେଟ୍ ରେ ଗାଡି ଚଲାଇଲେ ବର୍ତ୍ତମାନ ୧୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ନୂଆ ଆକ୍ଟରେ ୧୦୦୦ ଟଙ୍କା ଦେବାକୁ ପଡିବ । ବିନା ଇନ୍ସୁରାନ୍ସରେ ଗାଡି ଚଲାଇଲେ ବର୍ତ୍ତମାନ ହଜାରେ ଟଙ୍କା ଜରିମାନା ଲାଗୁଥିବା ବେଳେ ଆଗକୁ ୨ ହଜାର ଟଙ୍କା ଜରିମାନା ଲାଗିବ । ଦ୍ରୁତଗତିରେ ଗାଡି ଚଲାଇଲେ ବର୍ତ୍ତମାନ ୪୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ନୂଆ ଆକ୍ଟରେ ୨ ରୁ ୪ ହଜାର ଟଙ୍କା ଦେବାକୁ ପଡିବ । ରେସିଙ୍ଗ୍ କରି ଗାଡି ଚଲାଇଲେ ଏବେ ୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ନୂଆ ବିଲ୍ ଆସିବା ପରେ ୫ ହଜାର ଟଙ୍କା ଦେବାକୁ ପଡିବ । ବିନା ଡ୍ରାଇଭିଙ୍ଗ୍ ଲାଇସେନ୍ସରେ ଗାଡି ଚଲାଉଥିଲେ ଏବେ ୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ନୂଆ ବିଲ୍ ଆସିବା ପରେ ୫ ହଜାର ଟଙ୍କା ଦେବାକୁ ପଡିବ । ଅଯୋଗ୍ୟ ଟ୍ୟାଗ୍ ଲାଗିବା ପରେ ବି ଗାଡି ଚଲାଇଲେ ବର୍ତ୍ତମାନ ଯେଉଁଠି ୫୦୦ ଟଙ୍କା ଲାଗୁଛି ନୂଆ ବିଲରେ ତାହା ୧୦ ହଜାର ଟଙ୍କାର ଜରିମାନା ଲାଗିବ । ବାହନକୁ ଭୁଲ୍ ଭାବରେ ପ୍ରସ୍ତୁତ କରି ବିକ୍ରି କଲେ ନୂଆ ଆକ୍ଟରେ ଡିଲରଙ୍କ ଉପରେ ଏକଲକ୍ଷ ଏବଂ ନିର୍ମାତାଙ୍କ ଉପରେ ଶହେ କୋଟି ଟଙ୍କାର ଜରିମାନା ଲାଗିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/COURT-2-1-750x430.jpg)
/kanak/media/post_attachments/wp-content/uploads/2019/08/dc-Cover-peqlm09kb0ov6p2vds2v35hcv5-20180427134213.Medi_-300x168.jpeg)
/kanak/media/post_attachments/wp-content/uploads/2019/08/Drunkdriving-300x150.jpg)
/kanak/media/post_attachments/wp-content/uploads/2019/08/f208a3470939aef14a35162cb0731de4-300x169.jpg)