ଅମାନିଆ ଚାଳକଙ୍କୁ ମୋଟା ଅଙ୍କର ତଣ୍ଡ। ସମ୍ବଲପୁରରେ ଅଟୋକୁ ୩୦ ହଜାର ୫ ଶହ ଟଙ୍କାର ଫାଇନ। ବିଏମସି ଗାଡିକୁ ୩୨ ହଜାର ଟଙ୍କାର ଜରିମାନା

Advertisment
ଅମାନିଆ ଚାଳକଙ୍କୁ ମୋଟା ଅଙ୍କର ତଣ୍ଡ। ସମ୍ବଲପୁରରେ ଅଟୋକୁ  ୩୦ ହଜାର ୫ ଶହ ଟଙ୍କାର ଫାଇନ। ବିଏମସି ଗାଡିକୁ ୩୨ ହଜାର ଟଙ୍କାର ଜରିମାନା

କନକ ବ୍ୟୁରୋ: ବିଏମସି ଗାଡିକୁ ଟ୍ରାଫିକ୍ ଛାଟ୍ । ଆଇନର ଫାଶରେ ବି ବର୍ତ୍ତିପାରିନି ସରକାରୀ ଗାଡି । ଗତ ୧ତାରିଖରୁ ସାରା ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଟ୍ରାଫିକ୍ ଧରପଗଡ । ଆଉ ବେପରୁଆ ଗାଡି ଚାଳକଙ୍କ ଉପରେ ପଡୁଛି ମୋଟା ଅଙ୍କର ଫାଇନ । ତେବେ ଟ୍ରାଫିକ୍ ନିୟମକୁ ବର୍ତ୍ତି ପାରି ନାହିଁ ବିଏମସି ଗାଡି । ଆଜି ଭୁବନେଶ୍ୱର ମହାନଗର ନିଗମର ଦୁଇଟି ଅଳିଆ ବୁହା ଗାଡି ଉପରେ ୩୨ ହଜାର ୫ ଶହ ଟଙ୍କାର ଫାଇନ ପଡିଛି । ତେବେ ରୋଡ଼ ପରମିଟ, ପଲ୍ୟୁସନ ଓ ବୀମା ପାଇଁ ଗୋଟିଏ ଅଳିଆ ବୁହା ଡମ୍ପର ଗାଡ଼ିକୁ ୨୨ ହଜାର ଟଙ୍କା ଚାଲାଣ କଟାଯାଇଥିବା ବେଳେ ପଲ୍ୟୁସନ ଓ ସାଧାରଣ ଅପରାଧ ପାଇଁ ଅନ୍ୟ ଏକ ଅଳିଆ ବୁହା ଡମ୍ପରକୁ ୧୦,୫୦୦ ଟଙ୍କାର ଫାଇନ ଲାଗିଛି ।

publive-image

ତୃତୀୟ ଦିନରେ ଟ୍ରାଫିକ ପୁଲିସର ଧରପଗଡ ଜାରି ରହିଛି । ବିଏମସି ଗାଡିକୁ ୩୨ ହଜାର ଫାଇନ । ଭୁବନେଶ୍ୱରରେ ଅଳିଆ ବୁହା ଗାଡିକୁ ୩୨ ହଜାର ୫୦୦ ଟଙ୍କାର ଫାଇନ ପଡିଛି । ଗୋଟିଏ ଗାଡିକୁ ୨୨ ହଜାର ଓ ଅନ୍ୟଟିକୁ ୧୦ ହଜାର ୫୦୦ଟଙ୍କାର ଜରିମାନା ଆଦାୟ କରାଯାଇଛି । ବୀମା, ପଲ୍ୟୁସନ ଓ ପରମିଟ ନଥିବାରୁ ଗୋଟିଏ ଗାଡିକୁ ୨୨ହଜାର ଚାଲାଣ କଟାଯାଇଛି । ପଲ୍ୟୁସନ ଓ ସାଧାରଣ ଅପରାଧ ପାଇଁ ୧୦ ହଜାର ୫୦୦ ଟଙ୍କାର ଫାଇନ ପଡିଛି ।

publive-image

ସମ୍ବଲପୁରରେ ଗାଡି ମୋଟର ଯାଂଚ କଡାକଡି ଚାଲିଛି । ଆଜି ସମ୍ବଲପୁରରେ ଗୋଟିଏ ଅଟୋକୁ ୩୦ ହଜାର ୫ଶହ ଟଙ୍କାର ଫାଇନ ହୋଇଛି । ଯାତ୍ରୀବାହୀ ଅଟୋରେ ମାଲ ପରିବହନ କରୁଥିବାରୁ ମୋଟା ଅଙ୍କର ଜରିମାନା କଷିଛି ଟ୍ରାଫିକ ପୁଲିସ । ବିନା ରେଜି ଷ୍ଟ୍ରେସନ ପାଇଁ ୫ ହଜାର ଟଙ୍କାର ଫାଇନ, ସାଧାରଣ ନିୟମ ଉଲ୍ଲଂଘନ ପାଇଁ ୫ଶହ ଟଙ୍କା । ସେହିପରି ବୈଧ ଡିଏଲ ନଥିବାରୁ ୫ ହଜାର, ଓଭର ଲୋଡିଂ ପାଇଁ ୨୦ ହଜାର ଟଙ୍କାର ଚାଲାଣ ପୁଲିସ କାଟିଥିବା ସୂଚନା ମିଳିଛି । ସେହିପରି ସମ୍ବଲପୁରରେ ଡିଜେ ଗାଡିକୁ ୨୦ ହଜାର ୫୦୦ ଟଙ୍କାର ଚାଲାଣ କଟାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe